Advertisement
Article Detail0/zeeodisha/odisha676953
Zee OdishaOther Newsଜମ୍ମୁ କାଶ୍ମୀରର ୩ ଜଣ ଫଟୋ ସାମ୍ବାଦିକଙ୍କୁ ପୁଲଟିଜର ସମ୍ମାନ

ଜମ୍ମୁ କାଶ୍ମୀରର ୩ ଜଣ ଫଟୋ ସାମ୍ବାଦିକଙ୍କୁ ପୁଲଟିଜର ସମ୍ମାନ

ସାମ୍ବାଦିକତା କ୍ଷେତ୍ରରେ ସମ୍ମାନଜନକ ପୁରସ୍କାର

ଜମ୍ମୁ କାଶ୍ମୀରର ୩ ଜଣ ଫଟୋ ସାମ୍ବାଦିକଙ୍କୁ ପୁଲଟିଜର ସମ୍ମାନ

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ପୁରସ୍କାର ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଜମ୍ମୁ କାଶ୍ମୀରର ୩ ସାମ୍ବାଦିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏନେଇ ଗତକାଲି ରାତିରେ ଘୋଷଣା କରାଯାଇଛି। ଜମ୍ମୁକାଶ୍ମୀର ଅଞ୍ଚଳର ମୁଖତାର ଖାନ, ୟାସିନ ଦାର ଓ ଚାନ୍ନି ଆନନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। 

ସୂଚନା ଯୋଗ୍ୟ ଏହି ତିନି ଫଟୋ ସାମ୍ବାଦିକ ଆସୋସିଏଟ ପ୍ରେସ(ଏପି) ପାଇଁ କାର୍ଯ୍ୟ କରିଥାନ୍ତି। ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତାକୁ ଶେଷ କରିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର, ଏବଂ ଲଦାଖରେ ବିଭକ୍ତ କରିବା ପରେ ସରକାରଙ୍କ ଦ୍ୱାରା ବ୍ୟାପକ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ସେହି ପ୍ରତିକୂଳ ପରିବେଶରେ ଏହି ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ ଏହି ତିନି ସାମ୍ବାଦିକ। ଚାନ୍ନି ଆନନ୍ଦ ଜମ୍ମୁ କାଶ୍ମୀରର ଆତଙ୍କବାଦୀ ଆକ୍ରମଣ ବହୁଳ ଅଞ୍ଚଳରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିସାରିଛନ୍ତି। 

ତେବେ ଏହି ପୁରସ୍କାର ଘୋଷଣା ହେବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କାଶ୍ମୀର ରାଜନେତା ଓମାର ଅବ୍ଦୁଲ୍ଲା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରରେ ରାହୁଲ ଗାନ୍ଧୀ କହିଛନ୍ତି କି, ଭାରତୀୟ ଫଟୋ ସାମ୍ବାଦିକ ୟାସିନ ଦାର, ମୁଖତାର ଖାନ ଓ ଚାନ୍ନି ଆନନ୍ଦ, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିବାରୁ ଆପଣଙ୍କୁ ପୁନର୍ବାର ଶୁଭେଚ୍ଛା ଜଣାଉଛି ବୋଲି ସେ ଟ୍ୱିଟରରେ ଲେଖିଛନ୍ତି। 

Add Zee News as a Preferred Source

ସେହିପରି ଓମାର କହିଛନ୍ତି କି, ବିଗତ ୩୦ ବର୍ଷ ଜଣେ ସାମ୍ବାଦିକ ପାଇଁ ଯେତିକି ସହଜ ରହିଥିଲା, ଏହି ଗୋଟିଏ ବର୍ଷ ଅତ୍ୟନ୍ତ କଷ୍ଟ ସାଧ୍ୟ ହୋଇ ପଡ଼ିଛି। ତେବେ ସେ ଯାହାବି ହେଉ, ୟାସିନ ଦାର, ମୁଖତାର ଖାନ ଓ ଚାନ୍ନି ଆନନ୍ଦ, ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ବୋଲି ସେ ଟ୍ୱିଟରରେ ଉଲ୍ଳେଖ କରିଛନ୍ତି। ସେହିପରି ଜମ୍ମୁ କାଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଇଲତିଆଜ ମୁଫତୀ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। 

ସୂଚନାଯୋଗ୍ୟ ପୁଲଟିଜର ପୁରସ୍କାର ଆମେରିକା ପ୍ରସିଦ୍ଧ ସାମ୍ବାଦିକ ଜୋଶେଫ ପୁଲଟିଜରଙ୍କ ନାମ ଅନୁଯାୟୀ ହୋଇଛି। ଏହି ସମ୍ମାନ ହେଉଛି ଆମେରିକାର ସାମ୍ବାଦିକ ଜଗତର ଏକ ସମ୍ମାନ ଜନକ ପୁରସ୍କାର। ୧୯୧୭ ମସିହାରୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। 

 

About the Author