ପାଲେଷ୍ଟାଇନ ଉପରେ ଇସ୍ରାଏଲ୍ ଯୁଦ୍ଧ ବିମାନର ବୋମା ବର୍ଷା, ବର୍ତ୍ତମାନ ଯାଏଁ ୩୨ଜଣଙ୍କ ମୃତ୍ୟୁ

ପାଲେଷ୍ଟାଇନ ଉପରେ ଇସ୍ରାଏଲ୍ ଯୁଦ୍ଧ ବିମାନର ବୋମା ବର୍ଷା, ବର୍ତ୍ତମାନ ଯାଏଁ ୩୨ଜଣଙ୍କ ମୃତ୍ୟୁ

ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି

ପାଲେଷ୍ଟାଇନ ଉପରେ ଇସ୍ରାଏଲ୍ ଯୁଦ୍ଧ ବିମାନର ବୋମା ବର୍ଷା, ବର୍ତ୍ତମାନ ଯାଏଁ ୩୨ଜଣଙ୍କ ମୃତ୍ୟୁ

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ଇସ୍ରାଏଲ୍ ଦ୍ୱାରା ଦକ୍ଷିଣ ଗାଜା ପଟ୍ଟୀ ଉପରେ ଇସ୍ରାଏଲର ବାୟୁସେନାର ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲର ସୈନିକ  ଇସଲାମିକ୍ ଜିହାଦ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଗତ ମଙ୍ଗଳବାର ଠାରୁ ଆଜିଯାଏଁ ୩୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଇସ୍ରାଏଲ୍ ବାୟୁ ସେନା ଉପରେ ମଧ୍ୟ  ୩୫୦ ରକେଟ୍  ମାଡ଼ କରାଯାଇଛି । ଏହାପୂର୍ବରୁ ଗାଜା ପଟ୍ଟୀ ଅଞ୍ଚଳରେ ହୋଇଥିବା ଏକ ବାୟୁସେନା ଆକ୍ରମଣରେ ବୁଧବାର ଦିନ ୩ଜଣ ପାଲେଷ୍ଟାଇନ ଯୁବକଙ୍କ ମୃତ୍ୟୁ ହୋଇଛି ।  ରିପୋର୍ଟ ଅନୁଯାୟୀ ଆକାସ ମାର୍ଗରୁ ବୋମା ବର୍ଷା ଜାରି ରହିଥିବା ବେଳେ ଗତ ମଙ୍ଗଳବାର ପରେ ଗାଜା ପଟ୍ଟୀ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି  ।  

ଗାଜାରେ ଇସ୍ରାଏଲ ଯୁଦ୍ଧ ବିମାନ ଉପରେ ହୋଇଥିବା ରକେଟ୍ ମାଡ଼ ପରେ ରକେଟ୍ ଜବତ ହୋଇଛି । କୁହାଯାଉଛି କି  ବର୍ତ୍ତମାନ ଯାଏଁ ଇସ୍ରାଏଲ୍ ଉପରେ ୩୫୦ରୁ ଅଧିକ ରକେଟ୍ ମାଡ଼ କରାଯାଇଛି । ଏହି ରକେଟ୍ ମାଡ଼ରେ କ୍ଷୟକ୍ଷତି ରିପୋର୍ଟ ମିଳିପାରିନାହିଁ । ଆପଣମାନଙ୍କୁ କହିଦେଉଛୁ କି ଇସ୍ରାଏଲ୍ ଦ୍ୱାରା ବରିଷ୍ଠ ଇସଲାମିକ୍ ଜିହାଦ ଆତଙ୍କବାଦୀ ବହା ଅବୁ ଅଲ-ଉଚ୍ଚା ର  ପୂର୍ବ ଗାଜା  ସ୍ଥିତ ଘରେ ବିମାନ ଆକ୍ରମଣରେ ତା ସ୍ତ୍ରୀର ନିହତ ପରେ ମଙ୍ଗଳବାର ହିଂସା ବ୍ୟାପିଥିବା ଦେଖିବାକୁ ମିଳିଥିଲା । ଏହାପରେ ଦୁଇ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି ।  

ରିପୋର୍ଟ ଅନୁଯାୟୀ ନିହତ ହୋଇଥିବା ଇସଲାମିକ୍ ଜିହାଦ କମାଣ୍ଡରର ହାଲିଆ କ୍ରମଣର ସଂମ୍ପୃକ୍ତି ରହିଥିଲା । ଇରାନର ଅସହଯୋଗ ବିରୋଧରେ ଇସ୍ରାଏଲ୍ ଆକ୍ରମଣକୁ ବଢ଼ାଇଦେଇଛି । ଏହି ଆକ୍ରମଣ ପରେ ଗାଜା ସୀମା ନିକଟରେ ସ୍କୁଲ ବନ୍ଦ  ରହିଛି । ଇସ୍ରାଏଲ ଉପରେ  ରକେଟ୍ ମାଡ଼ ଜାରି ରହିଥିବାରୁ ଲୋକଙ୍କୁ ବଡ଼ ସଂଖ୍ୟାରେ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି । ଏହା ମଧ୍ୟରେ ଇସ୍ରାଏଲ୍  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନ୍ୟାହୁ  ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ କହିଛନ୍ତି ସଂକଟ ବଢ଼ାଇବାକୁ ଇସ୍ରାଏଲର କୌଣସି ଇଛାନାହିଁ । ହେଲେ ଇସ୍ରାଏଲ୍ ଉପରେ ହେଉଥିବା ରକେଟ୍ ଆକ୍ରମଣ ବନ୍ଦହେବା ଯାଏଁ ବୋମା ବର୍ଷା ଜାରି ରହିବ ।

Trending news