)
ନୂଆଦିଲ୍ଲୀ: ଦେଶରେ ଉଭୟ କୋରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ପୂର୍ବର ସମସ୍ତ ରେକର୍ଡ କାଟିଦେଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୩୯୦୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯୫ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ, ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦେଶ ପାଇଁ ଏହା ହେଉଛି ସବୁଠୁ ବଡ଼ ରେକର୍ଡ । ଯାହାକି ଚିନ୍ତା ବଢ଼ାଇଦେଇଛି ।
3900 #COVID19 cases & 195 deaths have been reported in the last 24 hours, the largest spike till now in both: Ministry of Health and Family Welfare https://t.co/Wi2KQBflAr
— ANI (@ANI) May 5, 2020
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ କହୁଛି, ଦେଶରେ ଏପର୍ଯ୍ୟନ୍ତ ୪୬୪୩୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଅର୍ଥାତ ଖୁବ କମ୍ ସମୟ ମଧ୍ୟରେ ଏହା ୫୦ ହଜାର ଅତିକ୍ରମ କରିବାକୁ ଯାଉଛି । ସେହିପରି ୧୫୬୮ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଏପର୍ଯ୍ୟନ୍ତ ୧୨୭୨୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ୩୨୧୩୪ଟି ସକ୍ରିୟ ମାମଲା ରହିଛି । ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଏମାନଙ୍କ ଚିକିତ୍ସା ଚାଲିଛି ।