ଅଧୁରା ରହିଲା କାଳିଆ ଦର୍ଶନ, ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ
ବସ୍-ବୋଲେରୋ ମୁହାଁମୁହିଁ: ୪ ମୃତ, ୬ ଆହତ
Trending Photos
)
ଅନୁଗୁଳ: ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ ବୋଲେରୋକୁ ନାଇଟ କୋଚ ବସ ଧକ୍କା ଦେଇଛି । ଯେଉଁଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଉଥିବା ଖବର ମିଳିଛି ।
ସୂଚନା ଅନୁସାରେ, ସୋମବାର ରାଇପୁରରୁ ଏକ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ତେବେ ରାତି ପ୍ରାୟ ୨ ଟା ବେଳେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁଠାରେ ଭୁବନେଶ୍ଵରରୁ ଇବ୍ ଅଭିମୁଖେ ଯାଉଥିବା ସୁଶ୍ରୀ ନାମକ ନାଇଟ କୋଚ ବସ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।
ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତାହତମାନେ ଗୋଟିଏ ହିଁ ପରିବାରର ହୋଇଥିବା ଜଣାପଡିଛି ।
ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !
More Stories