Advertisement
Article Detail0/zeeodisha/odisha693901
Zee OdishaOther Newsଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଜେୟୁଡିର ୪ ନେତା ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଜେୟୁଡିର ୪ ନେତା ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେୟୁଡିର ୪ ନେତା ଦୋଷୀ ସାବ୍ୟସ୍ତ କରିଛନ୍ତି  କିସ୍ତାନୀ ଆତଙ୍କବାଦ ନିରୋଧ ଅଦାଲତ |

 

 

 

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଜେୟୁଡିର ୪ ନେତା ଦୋଷୀ ସାବ୍ୟସ୍ତ

ଲାହୋର: ଆତଙ୍କୀ ସଙ୍ଗଠନ ଜମାତ ଉଦ ଦାୱା(JuD) ମୁଖିଆ ହାଫିଜ ସୟିଦକୁ ଲାଗିଛି ଜୋରଦାର ଝଟକା | ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ସଙ୍ଗଠନର ୪ ନେତାକୁ ଅଭିଯୁକ୍ତ ସାବ୍ୟସ୍ତ କରିଛନ୍ତି ପାକିସ୍ତାନର ଆତଙ୍କବାଦ ନିରୋଧ ଅଦାଲତ | ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜର ନିକଟତର ହେଉଛନ୍ତି ସେମାନେ | 

ଲାହୋର ସ୍ଥିତ ପାକିସ୍ତାନୀ ଆତଙ୍କବାଦ ନିରୋଧ ଅଦାଲତ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ ଅବଦଲ ରେହମାନ ମକ୍କି, ମଲିକ ଜଫର ଇକବାଲ, ୟାହୟା ଅଜୀଜ, ଅବଦୁଲ ସଲାମକୁ ଦୋଷୀ ବୋଲି ଦର୍ଶାଇଛନ୍ତି | ସେମାନେ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବା ସହ ଏ  ମାମଲାରେ ହେବାକୁ ଥିବା ଶୁଣାଣିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି |   

ବୁଧବାର ପର୍ଯ୍ୟନ୍ତ ଏ ମାମଲାର ଶୁଣାଣିକୁ ସ୍ଥଗିତ କରିଛନ୍ତି କୋର୍ଟ | ଏହା ସହିତ  ଅଭିଯୁକ୍ତଙ୍କ ବିରୁଦ୍ଧରେ ସାକ୍ଷୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ପାକ୍ତିସ୍ତାନ ପଞ୍ଜାବ ପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧ ବିଭାଗ ୭୦ ବର୍ଷୀୟ ସୟିଦ ଏବଂ ତାହାର ସହଯୋଗୀଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମମଲା ୨୩ଟି ଏଫଆଇଆର ରୁଜ୍ଜୁ କରିଥିଲା |

Add Zee News as a Preferred Source

ବର୍ଷ ୨୦୦୮ରେ ମାୟନଗରୀ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସୟିଦ | ଏହି ଆକ୍ରମଣରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା | ମୃତଙ୍କ ମଧ୍ୟରେ ଥିଲେ ୬ ଆମେରିକୀୟ ନାଗରିକ | ସେ ଆତଙ୍କୀ ସଙ୍ଗଠନ ଜମାତ ଉଦ ଦାୱାର ପ୍ରତିଷ୍ଠାତା ଏବଂ ଲସ୍କର ଏ ତୋଇବା ଆତଙ୍କବାଦୀ ଗୋଷ୍ଠୀର  ସହ ପ୍ରତିଷ୍ଠାତା ଭାବେ ଜଣାଶୁଣା |