close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରଦୂଷଣ ଯୁଦ୍ଧ: ଦିଲ୍ଲୀ-ଏନସିଆର ଛାଡିବାକୁ ଚାହୁଛନ୍ତି ୪୦ ପ୍ରତିଶତ ଲୋକ

ଦିଲ୍ଲୀ-ଏନସିଆରରେ କ୍ରମାଗତ ବଢି ଚାଲିଛି ପ୍ରଦୂଷଣର ମାତ୍ରା । ପବନ ଏତେ ବିଷାକ୍ତ ହୋଇଯାଇଛି ଯେ ଏଠାରେ ନିଶ୍ୱାସ ନେବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାର । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୧୨୦୦ ଉପରକୁ ପାର କରିଛି । ବଢୁଥିବା ପ୍ରଦୂଷଣକୁ ନେଇ ରାଜନୈତିକ ଦଳଗୁଡିକ ମୁହାଁମୁହିଁ ହେଉଛନ୍ତି । ଅନ୍ୟପକ୍ଷେ ଏହି ପ୍ରଦୂଷଣର ମାତ୍ରାକୁ ଦେଖି ନୋଏଡାରେ ସ୍କୁଲ ନଭେମ୍ୱର ୫ ଯାଏ ବନ୍ଦ କରି ଦିଆଯାଇଛି ।

ପ୍ରଦୂଷଣ ଯୁଦ୍ଧ: ଦିଲ୍ଲୀ-ଏନସିଆର ଛାଡିବାକୁ ଚାହୁଛନ୍ତି ୪୦ ପ୍ରତିଶତ ଲୋକ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ କ୍ରମାଗତ ବଢି ଚାଲିଛି ପ୍ରଦୂଷଣର ମାତ୍ରା । ପବନ ଏତେ ବିଷାକ୍ତ ହୋଇଯାଇଛି ଯେ ଏଠାରେ ନିଶ୍ୱାସ ନେବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାର । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୧୨୦୦ ଉପରକୁ ପାର କରିଛି । ବଢୁଥିବା ପ୍ରଦୂଷଣକୁ ନେଇ ରାଜନୈତିକ ଦଳଗୁଡିକ ମୁହାଁମୁହିଁ ହେଉଛନ୍ତି । ଅନ୍ୟପକ୍ଷେ ଏହି ପ୍ରଦୂଷଣର ମାତ୍ରାକୁ ଦେଖି ନୋଏଡାରେ ସ୍କୁଲ ନଭେମ୍ୱର ୫ ଯାଏ ବନ୍ଦ କରି ଦିଆଯାଇଛି ।

ଏହି ସମସ୍ତଙ୍କ ଘଟଣା କ୍ରମ ମଧ୍ୟରେ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହା ଅନୁସାରେ, ଦିଲ୍ଲୀ ଓ ଏନସିଆରର ୪୦ ପ୍ରତିଶତ ଲୋକ ସହର ଛାଡି ଅନ୍ୟତ୍ର ଯିବାକୁ ଚାହୁଛନ୍ତି । ସର୍ଭେରେ ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ଓ ଫରିଦାବାଦରେ କରାଯାଇଥିଲା । ଏହି ସର୍ଭେରେ ୧୭୦୦୦ ଲୋକଙ୍କ ରାୟ ନିଆଯାଇଥିଲା ।

ଦିଲ୍ଲୀ ଏନିସିଆର ନିବାସୀଙ୍କୁ ପଚାରା ଯାଇଥିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଗତ ୩ ବର୍ଷରେ ପ୍ରଦୂଷଣ ବିରୋଧରେ ଯେଉଁ ଅଭିଯାନ ଚଳାଇଛନ୍ତି, କଣ ତାହା ଯଥେଷ୍ଟ ଥିଲା? ଏଥିରୁ ୪୦ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଦିଲ୍ଲୀ ଓ ଏନସିଆର ଛାଡି ଅନ୍ୟତ୍ର ଯିବାକୁ ପସନ୍ଦ କରିବେ । ୩୧ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ୟୁରିଫାୟର, ମାସ୍କ ଓ ବୃକ୍ଷଙ୍କ ସହ ରହିବ । ଅନ୍ୟପଟେ ୧୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଦିଲ୍ଲୀ ଏନସିଆରରେ ରହିବେ ଓ ବିଷାକ୍ତ ପ୍ରଦୂଷଣ ମଧ୍ୟରେ ଯାତ୍ରା କରିବେ । ୧୩ ପ୍ରତିଶତ କହିଛନ୍ତି ଯେ ସେମାନେ ଏଠାରେ ରହିବେ କିନ୍ତୁ ଏହା ବ୍ୟତୀତ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ ।

ଅନ୍ୟପଟେ ରବିବାର ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ୧୩୫୦ ରହିଥିବାର ରେକର୍ଡ କରାଯାଇଛି । ସେହିପରି ଅଶୋକ ବିହାରରେ ୧୨୯୧ ଏକ୍ୟୁଆଇ ରହିଛି । ସମଗ୍ର ଦିଲ୍ଲୀ କଥା କହିଲେ ଏଠାରେ ଏକ୍ୟୁଆଇ ୧୧୪୬ ରେକର୍ଡ କରାଯାଇଛି । ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ସାମାନ୍ୟରୁ ୨୦ ଗୁଣ ଅଧିକ ରହିଛି । ବର୍ଷା ହେବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭିଜିବିଲିଟି ବହୁତ କମ ହୋଇଯାଇଛି । ବିଭିନ୍ନ ଅଞ୍ଚଳରେ ଭିଜିବିଲିଟି ୨୦୦ ମିଟିର ଯାଏ ହୋଇଯାଇଛି ।
ଭିଜିବିଲିଟି କମ ହେବାରୁ ରବିବାର ସକାଳେ ଦିଲ୍ଲୀର ବିମାନ ବନ୍ଦରରୁ ୩୨ ବିମାନକୁ ଡାଇଭର୍ଟ କରି ଦିଆଯାଇଛି । ଜାତୀୟ ରାଜଧାନୀ ଦୀପାବଳି ପରେ ପ୍ରଦୂଷଣ ପରି ଗମ୍ଭୀର ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏହି ପ୍ରଦୂଷଣ ଫଳରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଚିନ୍ତା ବଢାଇ ଦେଇଛି । 

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏକ୍ୟୁଆଇ ଯେତେବେଳେ ୦-୫୦ ରହିଥାଏ, ଏହା ଭଲ ଶ୍ରେଣୀରେ ଗଣାଯାଇଥାଏ । ସେହିପରି ଏକ୍ୟୁଆଇ ୫୧-୧୦୦କୁ ସନ୍ତୋଷଜନକ, ୧୦୧-୨୦୦କୁ ମଧ୍ୟମ, ୨୦୧-୩୦୦କୁ ଖରାପ, ୩୦୧-୪୦୦କୁ ଅତ୍ୟନ୍ତ ଖରାପ, ୪୦୧ରୁ ୫୦୦କୁ ଗମ୍ଭୀର ଓ ୫୦୦ରୁ ଉପରେ ଥିବା ଏକ୍ୟୁଆଇକୁ ଅତି ଗମ୍ଭୀର ଶ୍ରେଣୀରେ ରଖାଯାଇଛି ।