close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଫ୍ରିଜରୁ ମିଳିଲା ୪୧ ଜୀବିତ ଲୋକ, ଡ୍ରାଇଭର ଗିରଫ

ଗ୍ରୀସର ଉତ୍ତର ୟୁନାନରୁ ଏକ ରେଫ୍ରିଜେରେଟେଡ ଟ୍ରକରୁ ୪୧ ଜଣ ଜୀବିତ ବ୍ୟକ୍ତଙ୍କୁ ଉଦ୍ଧାର କରାଯାଇଛି । ସୋମବାର ଗ୍ରୀସ ପୋଲିସ ଏହି ୪୧ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛି । ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଛି । ଏହି ପ୍ରବାସୀମାନେ ଆଫଗାନିସ୍ତାନର ବାସିନ୍ଦା ବୋଲି ସୂଚନା ମିଳିଛି ।

ଫ୍ରିଜରୁ ମିଳିଲା ୪୧ ଜୀବିତ ଲୋକ, ଡ୍ରାଇଭର ଗିରଫ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଗ୍ରୀସର ଉତ୍ତର ୟୁନାନରୁ ଏକ ରେଫ୍ରିଜେରେଟେଡ ଟ୍ରକରୁ ୪୧ ଜଣ ଜୀବିତ ବ୍ୟକ୍ତଙ୍କୁ ଉଦ୍ଧାର କରାଯାଇଛି । ସୋମବାର ଗ୍ରୀସ ପୋଲିସ ଏହି ୪୧ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛି । ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଛି । ଏହି ପ୍ରବାସୀମାନେ ଆଫଗାନିସ୍ତାନର ବାସିନ୍ଦା ବୋଲି ସୂଚନା ମିଳିଛି ।

ଉଦ୍ଧାର ହୋଇଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ରହିଛି । ଏଥିରୁ ୭ ଜଣଙ୍କୁ ପ୍ରାଥମିକ ଉପଚାର ପ୍ରଦାନ କରାଯାଇଛି ବୋଲି ପୋଲିସ କହିଛି । ପୋଲିସ କହିଛି ଯେ ଏହି ସମସ୍ତ ଲୋକଙ୍କ ଜୀବନ ବଞ୍ଚି ଯାଇଛି, କାରଣ ରେଫ୍ରିଜେଟର ସିଷ୍ଟମ ଚାଲୁ ନଥିଲା । ପୋଲିସ ଉତ୍ତର ଗ୍ରୀସର ଜାନ୍ଥୀ ସହରରେ ହାଇୱେ ଉପରେ ଏହି ଟ୍ରକଟି ରୋକି ଥିଲା । ଏହାପରେ ଡ୍ରାଇଭରଙ୍କୁ ଗିରଫ କରିଥିଲା । ପ୍ରବାସୀଙ୍କ ଚିହ୍ନଟ ପାଇଁ ନିକଟସ୍ଥ ପୋଲିସ ଷ୍ଟେସନକୁ ନିଆଯାଇଛି ।

ଏହି ମାମଲା ସାମ୍ନାକୁ ଆସିବା ପୂର୍ବରୁ ଗତ ମାସରେ ମଧ୍ୟ ଲଣ୍ଡନରୁ ଏକ ଟ୍ରକରୁ ୩୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଟ୍ରକ ଡ୍ରାଇଭର ମୋରିସ ରବିନସନଙ୍କ ଉପରେ ନରହତ୍ୟା ଓ ମାନବ ଚାଲାଣ ପରି ଗମ୍ଭୀର ଅଭିଯୋଗ ଲଗାଯାଇଥିଲା । ଲଣ୍ଡନର ପୋଲିସ କହିଥିଲେ ଯେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବ ବ୍ୟକ୍ତିମାନେ ହେଉଛନ୍ତି ଚୀନୀ ନାଗରିକ । 

ପରେ ଖବର ଆସିଥିଲା ଯେ ଏମାନେ ଭିଏତନାମର ନିବାସୀ ଥିଲେ । ମୃତକଙ୍କ ମଧ୍ୟରୁ ୮ ମହିଳା ଓ ୩୧ ପୁରୁଷ ସାମିଲ ଥିଲେ । ପ୍ରବାସୀମାନେ ଅବୈଧ ଭାବେ ୟୁରୋପରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ଅନ୍ୟ ଏକ ମାମଲାରେ ଦକ୍ଷିଣ ଫ୍ରାନ୍ସରେ ଅବୈଧ ଭାବେ ପ୍ରବେଶ କରିବା ପ୍ରୟାସରେ ୩୧ ପାକସ୍ତାନୀଙ୍କୁ ଗିରଫ କରାଯାଇଥିଲା ।