କୋରୋନା ଯୋଗୁ ସବୁଠି ବେଶି ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୬୬୬ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।
Trending Photos
ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଏବେ ୧୦୬୦୧ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୫୯୦ ଛୁଇଁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ୧୪୭୫୯ ଜଣଙ୍କ ଚିକିତ୍ସା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୩୬ ନୂଆ ମାମଲା ଆସିଛି । ସେହିପରି ୪୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
47 deaths and 1336 new cases reported in last 24 hours. India's total number of #Coronavirus positive cases rises to 18,601 (including 14759 active cases, 3252 cured/discharged/migrated and 590 deaths): Ministry of Health and Family Welfare pic.twitter.com/ZYumpbPvna
— ANI (@ANI) April 21, 2020
ତେବେ କୋରୋନା ଯୋଗୁ ସବୁଠି ବେଶି ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୬୬୬ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୩୨ ଜଣଙ୍କ ମୃତ୍ୟୁ ହେଲାଣି । ତା ତଳକୁ ରହିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୦୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ରହିଛି ୪୭ ।
ତୃତୀୟରେ ରହିଛି ଗୁଜୁରାଟ । ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୯ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା ୭୧ ଛୁଇଁଲାଣି । ତା ତଳକୁ ରାଜସ୍ଥାନ ରହିଛି । ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୬ ରହିଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ପଞ୍ଚମରେ ରହିଛି ତାମିଲନାଡୁ । ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୦ ହେଲାଣି । ଏଠି ମୃତ୍ୟୁ ସଂଖ୍ୟା ୧୭ ରହିଛି । ଯଦି ମଧ୍ୟପ୍ରଦେଶ କଥା ଦେଖିବା, ତେବେ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪ ହେଲାଣି । ଅନ୍ୟପଟେ ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ୧୧୮୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁପିରେ ମୃତ୍ୟୁ ସଂଖ୍ୟା ୧୮ ରହିଛି ।
ଯଦି ଆମ ରାଜ୍ୟ ଓଡ଼ିଶା କଥା ଦେଖିବା, ତେବେ ରାଜ୍ୟରେ ଆକ୍ରାନ୍ତଙ୍କଗ ସଂଖ୍ୟା ୭୯ ରହିଥିବା ବେଳେ ମାତ୍ର ଜଣଙ୍କ ହିଁ ମୃତ୍ୟୁ ହୋଇଛି ।