ନେପାଳରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
Advertisement
Article Detail0/zeeodisha/odisha680676

ନେପାଳରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ହିମାଳୟ ପାଦଦେଶସ୍ଥ ନେପାଳରେ ମଙ୍ଗଳବାର ରାଚିରେ ଏକ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବତ୍ରା ୫.୩ ରହିଛି | 

ନେପାଳରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

କାଠମାଣ୍ଡୁ: ହିମାଳୟ ପାଦଦେଶସ୍ଥ ନେପାଳରେ ମଙ୍ଗଳବାର ରାଚିରେ ଏକ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବତ୍ରା ୫.୩ ରହିଥିବା ଦେଶର ଭୂକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି | ସ୍ଥାନୀୟ ସମୟ ଅନୁସାରେ ଗତକାଲି ରାତି ୧୧ଟା ୩୩  ମିନିଟ ସମୟରେ ଏହାର ଝଟକା ଅନୁଭୂତ ହୋଇଥିଲା |

ନେପାଳର ଡୋଲଖା ଜିଲ୍ଲାର ଜୁଗୁ ସମେତ ରାଜଧାନୀ କାଠମାଣ୍ଡୁ, କସ୍କି, ପାର୍ସା, ସିନ୍ଧୁପାଲଚୌକ ପ୍ରଭୂତି ଅଞ୍ଚଳ ଭୂକମ୍ପରେ ଥରି ଉଠିଥିଲା | ଏହା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ |  ହିମାଳୟ ପାଦ ଦେଶସ୍ଥ ଅନେକ ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ |

ବର୍ଷ ୨୦୧୫, ନେପାଳରେ ଅନୁଭୂତ ହୋଇଥିବା ଭୂକମ୍ପ ସମଗ୍ର ଦେଶରେ ତାଣ୍ଡବ ଖେଳାଇଥିଲା | ଏହା ଯୋଗୁଁ ପାଖାପାଖି ୯ ହଜାର  ଲୋକଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ | ଅନ୍ୟପଟେ ୩୦ ଲକ୍ଷରୁ ଅଧିକ ଲୋକ ବେଘର ହୋଇଯାଇଥିଲେ | ଏପରିକି ନେପାଳ ଜନସଂଖ୍ୟାର ଏକ ସିଂହ ଭାଗ ଲୋକ ବେଶ କିଛି ତମ୍ବୁ ତଳେ ଆଶ୍ରୟ ନେଇଥିଲେ |          

 

;