ଛୁଟି ସହ ବଜେଟ୍ କମ୍ ଥିଲେ ଓ ବିଦେଶ ବୁଲିବାକୁ ଚାହୁଁଥିଲେ, ଯାଆନ୍ତୁ ଏହି ୫ଟି ସ୍ଥାନକୁ

ଭାରତ ବାହାର ଆଖପାଖ ଅଞ୍ଚଳକୁ ଯିବାକୁ ଚାହିଁଲେ, ଆପଣଙ୍କ ପାଇଁ ଶ୍ରୀଲଙ୍କା ହେଉଛି ବେଷ୍ଟ୍ ଡେଷ୍ଟିନେସନ୍ । ଆପଣ ଏଠାକାର ବେଳାଭୂମିରେ ରିଲାକ୍ସ କରିବା ସହ, କସିନୋ, ସଫାରୀ ଏବଂ ୱାଇଲ୍ଡ ଲାଇଫ୍ ଭଳି ଭ୍ରମଣର ଆନନ୍ଦ ନେଇ ପାରିବେ । 

ଛୁଟି ସହ ବଜେଟ୍ କମ୍ ଥିଲେ ଓ ବିଦେଶ ବୁଲିବାକୁ ଚାହୁଁଥିଲେ, ଯାଆନ୍ତୁ ଏହି ୫ଟି ସ୍ଥାନକୁ
ଶ୍ରୀଲଙ୍କା

ଅମିତ ମହାନ୍ତି, ନୂଆଦିଲ୍ଲୀ: ଭେକେସନ୍ ମାନେ ହେଉଛି ରିଲାକ୍ସ କରିବା । ନୂଆ ନୂଆ ସ୍ଥାନକୁ ବୁଲିଯିବାକୁ ହେଲେ ଦୁଇରୁ ତିନି ଦିନ ସମ୍ଭବ ନୁହେଁ । ତେବେ ଦୂରସ୍ଥାନକୁ ବୁଲିଯିବାକୁ ହେଲେ ଆପଣଙ୍କ ନିକଟରେ ବଜେଟ ରହିବା ମଧ୍ୟ ଆବଶ୍ୟକ । ତେବେ କମ ସମୟର ଭେକେସନ୍ ଓ କମ୍ ବଜେଟକୁ ନଜରର ରଖି ଆମେ ଆପଣଙ୍କୁ କିଛି ଏମିତି ସ୍ଥାନ ବିଷୟରେ ଜଣାଇବୁ, ଯାହା ଆପଣ ନିଶ୍ଚିତ ଯିବାକୁ ଚାହିଁବେ ।

ଶ୍ରୀଲଙ୍କା
ଭାରତ ବାହାର ଆଖପାଖ ଅଞ୍ଚଳକୁ ଯିବାକୁ ଚାହିଁଲେ, ଆପଣଙ୍କ ପାଇଁ ଶ୍ରୀଲଙ୍କା ହେଉଛି ବେଷ୍ଟ୍ ଡେଷ୍ଟିନେସନ୍ । ଆପଣ ଏଠାକାର ବେଳାଭୂମିରେ ରିଲାକ୍ସ କରିବା ସହ, କସିନୋ, ସଫାରୀ ଏବଂ ୱାଇଲ୍ଡ ଲାଇଫ୍ ଭଳି ଭ୍ରମଣର ଆନନ୍ଦ ନେଇ ପାରିବେ । ଆଡଭେନଚର ସହ ଐତାହାସିକ ଏବଂ ଧାର୍ମିକ ସ୍ଥାନ ମଧ୍ୟ ବେଶ ଖାସ୍ ରହିଛି ।

ଭୁଟାନ
ଭୁଟାନ ସୌନ୍ଦର୍ଯ୍ୟମୟ ପରିବେଶ ଏବଂ ଏଠାକାର ସଂସ୍କୃତି, ସାରା ଦେଶବ୍ୟାପୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଭୁଟାନ ବୁଲିବାକୁ ହେଲେ ୨ରୁ ୩ ସମୟ ଯଥେଷ୍ଟ । ସୁସ୍ୱାଦୁ ଖାଦ୍ୟ ସହ ବିଭିନ୍ନ ଆଡଭେନଚର୍ ସ୍ଥାନ ବୁଲିବା ସହ ଶସ୍ତାରେ ସପିଂ ମଧ୍ୟ କରିପାରିବେ ।

ନେପାଳ
ନେପାଳ ଏକ ଛୋଟ ଦେଶରେ ଗଣଯାଏ । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବେଶ ଭଲ ସୁଯୋଗ ମିଳିଥାଏ । କାରଣ ଏଠାକାର ଧାର୍ମିକ ପରିବେଶ ମନ ମୋହି ନେଇଥାଏ । ଏଠାରେ ଆପଣ ୩ରୁ ୪ ଦିନ ଛୁଟି ବିତାଇ ପାରିବେ । ଫ୍ଲାଇଟ୍ ସହ ଆପଣ ରୋଡ୍ ଟ୍ରିପ୍ ମଧ୍ୟ ପ୍ଲାନ କରିପାରିବେ ।

ଥାଇଲାଣ୍ଡ
ଥାଇଲାଣ୍ଡ ବୁଲିଯିବାକୁ ହେଲେ ୩ରୁ ୪ ଦିନର ଛୁଟି ଆପଣଙ୍କୁ ନିହାତି ଭାବେ ଦରକାର । ଏଠାକାର ମନୋରମ ପରିବେଶ ଏବଂ ବିଭିନ୍ନ ଦ୍ୱୀପର ମଜା ଆପଣ ଉଠାଇପାରିବେ । ବଜେଟ ସାମାନ୍ୟ ଅଧିକ ରହିଲେ ମଧ୍ୟ, ଏହା ଆପଣଙ୍କ ପାଇଁ ସବୁ ଦିନ ଲାଗି ସ୍ମରଣୀୟ ହୋଇ ରହିବ ।

କାମ୍ପୋଡିଆ
ଐତିହାସିକ ସ୍ଥାନ ସହ କାମ୍ବୋଡିଆରେ ମନ୍ଦିରମାଳା ରହିଛି । ଏଠାକୁ ୩ ଦିନ ଛୁଟି ନେଇ ଆସିଲେ, ଆପଣ ବିଭିନ୍ନ ସ୍ଥାନ ପରିଦର୍ଶନ କରିପାରିବେ । ବୁଲିବା ସହ ଆପଣଙ୍କୁ ଏଠାରେ  ସପିଂ ଓ ଖାଦ୍ୟପେୟ ବେଶ ଖୁସି ଦେବ ।