close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କର୍ଣ୍ଣାଟକରେ ଓଲଟିଲା ବସ, ୫ ମୃତ

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବା ଜଣାପଡିଛି । 

କର୍ଣ୍ଣାଟକରେ ଓଲଟିଲା ବସ, ୫ ମୃତ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବା ଜଣାପଡିଛି । 

ସୂଚନା ମୁତାବକ, ଆଜି ଭୋରରୁ କର୍ଣ୍ଣାଟକ ତୁମକୁର ଜିଲ୍ଲାର କୋରାଟାଗେରେ ନିକଟରେ ହୋଇଛି ଏହି ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଛି । ସେହିପରି ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରକୃତରେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି ।    

ମଙ୍ଗଳବାର ମଧ୍ୟପ୍ରଦେଶ ଇନ୍ଦୋର ତେଜାଜୀ ନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଦୁଇ କାର ସାମ୍ନା ସାମ୍ନି ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୫ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଦ୍ରୁତ ଗତିରେ ଯାଉଥିବା ୨ କାର ମୁହାଁମୁହିଁ ହେବା ଫଳରେ ୫ ଜଣ ଆଖି ବୁଜିଥିଲେ ।