ଧାମନଗର ବ୍ଲକର ଆନନ୍ଦପୁର, କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ।
Trending Photos
ଭଦ୍ରକ: ଶୁକ୍ରବାର ତିହିଡ଼ି ଓ ଧାମନଗର ବ୍ଲକରୁ ୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଏହାପରେ ପ୍ରଶାସନ ପକ୍ଷରୁ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଧାମନଗରର ୩ ପଞ୍ଚାୟତ ଏବଂ ତିହିଡ଼ିର ୨ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି ।
ଯାହା ଜଣାପଡ଼ିଛି, ଧାମନଗର ବ୍ଲକର ଆନନ୍ଦପୁର, କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି । ସେହିପରି ତିହିଡ଼ିର ବାମନବିନ୍ଧା ଓ କାଁପଡ଼ା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭଦ୍ରକ ପ୍ରଶାସନ ।
ଏଠାରେ କହିରଖୁଛି, ଏବେ ଭଦ୍ରକରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୪ ଜଣଙ୍କ ଚିକିତ୍ସା ଚାଲିଛି ।