ଏୟାର ଇଣ୍ଡିଆର ୫ ଜଣ ପାଇଲଟ କୋରୋନା ପଜିଟିଭ
Advertisement
Article Detail0/zeeodisha/odisha679106

ଏୟାର ଇଣ୍ଡିଆର ୫ ଜଣ ପାଇଲଟ କୋରୋନା ପଜିଟିଭ

ଉଡ଼ାଣର ୭୨ ଘଣ୍ଟା ପୂର୍ବରୁ ଏମାନଙ୍କ ଟେଷ୍ଟ କରାଯାଇଥିଲା । ତେବେ ସ୍ୱାବ ପରୀକ୍ଷା ପରେ ସେମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ୫ ଜଣ ପାଇଲଟ କୋରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଉଡ଼ାଣର ୭୨ ଘଣ୍ଟା ପୂର୍ବରୁ ଏମାନଙ୍କ ଟେଷ୍ଟ କରାଯାଇଥିଲା । ତେବେ ସ୍ୱାବ ପରୀକ୍ଷା ପରେ ସେମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ଯାହା ଜଣାପଡ଼ିଛି, କୋରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ପାଇଲଟ ମୁମ୍ବାଇର । ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି । ଏୟାର ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି, କିଛି ଦିନ ପୂର୍ବରୁ ଏହି ପାଇଲଟମାନେ ଚୀନ ଯାଇଥିଲେ । 

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ବର୍ତ୍ତମାନ ବିଭିନ୍ନ ଦେଶରେ ଫସି ରହିଥିବା ଲୋକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି ।  ସେହିପରି ଲକଡାଉନ୍ ଯୋଗୁଁ ଦେଶର କୋଣ ଅନୁକୋଣରେ ଚିକିତ୍ସା ପାଇଁ ଜରୁରୀ ଉପକରଣ ବିମାନ ଯୋଗେ ପହଞ୍ଚାଯାଉଛି । ଆଉ ଏଭଳି ସମୟରେ ଏୟାର ଇଣ୍ଡିଆର ୫ ଜଣ ପାଇଲଟ ପଜିଟିଭ ଚିହ୍ନଟ ହେବା ବେଶ୍ ଚିନ୍ତାଜନକ । କାହିଁକିନା ଏ ସମସ୍ତ କାମ ଏୟାର ଇଣ୍ଡିଆ ହିଁ ତୁଲାଉଛି । 

;