ପ୍ରଖର ହେବ ସ୍ମରଣ ଶକ୍ତି, ଆପଣାନ୍ତୁ ଏହି ଉପାୟ...
Advertisement

ପ୍ରଖର ହେବ ସ୍ମରଣ ଶକ୍ତି, ଆପଣାନ୍ତୁ ଏହି ଉପାୟ...

ଭାରତୀୟ ଆୟୁର୍ବେଦିକ ଚିକିତ୍ସା ବେଶ ପୁରାତନ । ହଜାର ହଜାର ବର୍ଷ ତପସ୍ୟା କରି ଆମ ଦେଶର ମୁନି ଋଷିମାନେ ଚିକିତ୍ସା ସମ୍ପର୍କିତ ବହୁ ଜ୍ଞାନ ହାସଲ କରିଥିଲେ । ଆଉ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ତାର ପ୍ରାସଙ୍ଗିକତା ରହିଛି । ସେମିତିରେ ବି ଆୟୁର୍ବେଦିକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସେତେ ଅଧିକ ନୁହେଁ । ଘରୋଇ ଉପଚାର ଦ୍ୱାରା ଆପଣ ବହୁ ରୋଗରୁ ମୁକ୍ତି ପାଇପାରିବେ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରୁକ୍ମଣୀ, ନୂଆଦିଲ୍ଲୀ: ଭାରତୀୟ ଆୟୁର୍ବେଦିକ ଚିକିତ୍ସା ବେଶ ପୁରାତନ । ହଜାର ହଜାର ବର୍ଷ ତପସ୍ୟା କରି ଆମ ଦେଶର ମୁନି ଋଷିମାନେ ଚିକିତ୍ସା ସମ୍ପର୍କିତ ବହୁ ଜ୍ଞାନ ହାସଲ କରିଥିଲେ । ଆଉ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ତାର ପ୍ରାସଙ୍ଗିକତା ରହିଛି । ସେମିତିରେ ବି ଆୟୁର୍ବେଦିକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସେତେ ଅଧିକ ନୁହେଁ । ଘରୋଇ ଉପଚାର ଦ୍ୱାରା ଆପଣ ବହୁ ରୋଗରୁ ମୁକ୍ତି ପାଇପାରିବେ । 

ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବୁ, ଯାହା ଶରୀର ପାଇଁ ବେଶ ଲାଭଦାୟୀ । ଯାହାର ଔଷଧୀୟ ଗୁଣ ବେଶ ଅଧିକ । ହଁ, ଆମେ କହୁଛୁ ଅଶ୍ୱଗନ୍ଧା ବିଷୟରେ । ବହୁ ରୋଗରୁ ଏହା ଆପଣଙ୍କୁ ଭଲ କରିପାରିବ । ଆୟୁର୍ବେଦିକ ଶାସ୍ତ୍ରରେ ଏହାର ଉପାଦେୟତା ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି । 

ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ଅଶ୍ୱଗନ୍ଧାର ସ୍ଥାନ ସ୍ୱତନ୍ତ୍ର । ଶହ ଶହ ବର୍ଷ ପୂର୍ବରୁ ଅଶ୍ୱଗନ୍ଧାକୁ ହର୍ବାଲ ଉପଚାର ରୂପେ ବ୍ୟବହାର କରାଯାଇଆସୁଛି ।  ଅଶ୍ୱଗନ୍ଧାରେ ଫ୍ଲେବୋନଏଡ୍ ଓ ଆଣ୍ଟିଅକ୍ସିଡାଣ୍ଟ୍ ଭଳି ଅନେକ ଲାଭକାରୀ ତତ୍ତ୍ୱ ରହିଛି । ଯାହା ବିଭିନ୍ନ ଶାରୀରିକ ସମସ୍ୟାରେ ମ୍ୟାଜିକ୍‌ ଭଳି କାମ କରିଥାଏ । ସ୍ମରଣଶକ୍ତିକୁ ପ୍ରଖର କରିବା ପାଇଁ ଏହା ବେଶ ସହାୟକ ହୋଇଥାଏ । 

ଅନୁସନ୍ଧାନରୁ ଜଣାପଡ଼ିଛି, ଏହା ମସ୍ତିଷ୍କରେ ନ୍ୟୁରୋଲଜିକାଲ ଟ୍ରାନ୍ସମିଶନରେ ସୁଧାର ଆଣିବାରେ ସହାୟକ ହୋଇଥାଏ ।ଏହାଛଡ଼ା ସ୍ମରଣଶକ୍ତି ପ୍ରଖର କରିବାରେ ମଧ୍ୟ ଏହା ବେଶ୍ ଲାଭକାରୀ । ଆହୁରି ମଧ୍ୟ ହୃଦରୋଗ ପାଇଁ ବେଶ ଲାଭଦାୟକ । ଅଶ୍ୱଗନ୍ଧାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏଲ୍ଡିଏଲ୍ ଅକ୍ସିକରଣରେ ହ୍ରାସ ଆଣିଥାଏ, ଯାହା ଦ୍ୱାରା ହୃଦରୋଗର ଆଶଙ୍କା ଦୂର ହୋଇଥାଏ । ଏହା ମଧୁମେହ ରୋଗୀଙ୍କଠାରେ ମୋତିଆବିନ୍ଦୁ ଭଳି ସମସ୍ୟା ମଧ୍ୟ  ଦୂର କରିଥାଏ । 

ଏହା ବ୍ୟତୀତ କ୍ୟାନସର ଭଳି ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଅଶ୍ୱଗନ୍ଧାରେ ମହଜୁଦ୍ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସରକୁ ରୋକିବାରେ ବେଶ ଲାଭଦାୟୀ । କିନ୍ତୁ ବିନା ଡାକ୍ତରୀ ପରାମର୍ଶରେ ଏହାର ଉପଯୋଗ ବିପଦପୂର୍ଣ୍ଣ । କେବଳ ସେତିକି ନୁହେଁ, ଗର୍ଭବତୀ ମହିଳାଙ୍କୁ ଏହାର ସେବନ ପାଇଁ ବିଶେଷ ଭାବେ ପରାମର୍ଶ ଦିଆଯାଇଛି । ଏହା ମା'ର ରକ୍ତକୁ ଶୁଦ୍ଧ କରିବା ଓ ତା'ର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ୍ କରିବାରେ ସାହାଯ୍ୟ କରେ । ଏହାଛଡ଼ା ଅଶ୍ୱଗନ୍ଧା ମନକୁ ଶାନ୍ତ ରଖିବା ଓ ଆରାମଦାୟକ ନିଦ ପାଇଁ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦିକ ଚିକିତ୍ସାରେ ଏହା ଏକ ଟନିକ୍ ଭଳି ଅବସାଦକୁ ରୋକିବା ଓ ସହନଶକ୍ତିକୁ ବୃଦ୍ଧି କରିଥାଏ । ଏହା ବୟସ ବଢ଼ିବା ପ୍ରକ୍ରିୟାକୁ ମଧ୍ୟ ଧିମା କରିଥାଏ ।