close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବଦଳି ଯାଇଛି ଏହି ୫ଟି ନିୟମ, ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା!

ବଦଳି ଯାଇଛି ଦେଶରେ ବହୁ ନିୟମ । ଲାଗୁ ହେଲା ନୂଆ ନିୟମ । ନଭେମ୍ୱର ୧ରୁ ଦେଶରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାର ପ୍ରସ୍ତୁତି ବହୁତ ଦିନରୁ ଚାଲୁଥିଲା । ନୂଆ ନିୟମ ଲାଗୁ ହେବା ପରେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ । ବିଶେଷକରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପ୍ୟାକେଟ ଉପରେ ପଡ଼ିବ ।

ବଦଳି ଯାଇଛି ଏହି ୫ଟି ନିୟମ, ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା!
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବଦଳି ଯାଇଛି ଦେଶରେ ବହୁ ନିୟମ । ଲାଗୁ ହେଲା ନୂଆ ନିୟମ । ନଭେମ୍ୱର ୧ରୁ ଦେଶରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାର ପ୍ରସ୍ତୁତି ବହୁତ ଦିନରୁ ଚାଲୁଥିଲା । ନୂଆ ନିୟମ ଲାଗୁ ହେବା ପରେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ । ବିଶେଷକରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପ୍ୟାକେଟ ଉପରେ ପଡ଼ିବ ।
ଆସନ୍ତୁ ଜାଣିବା ଏହି ନୂଆ ନିୟମ ସାଧାରଣ ଜନତାଙ୍କ ଉପରେ କଣ ପ୍ରଭାବ ପକାଇବ.....

୧. ସୁଧ ହାରରେ ହ୍ରାସ
ଏସବିଆଇ ଆଜି ଠାରୁ ଜମା ରାଶି ଉପରେ ମିଳୁଥିବା ସୁଧ ହାରରେ ହ୍ରାସ କରିଛି । ଏହି ନିଷ୍ପତ୍ତି ଅକ୍ଟୋବର ୯ରେ ଏସବିଆଇ ନେଇଥିଲା । କିନ୍ତୁ ନଭେମ୍ୱର ୧ରୁ ଏହା ଲାଗୁ ହୋଇଛି । ବର୍ତ୍ତମାନ ଏସବିଆଇ ୧ ଲକ୍ଷ ଟଙ୍କା ଜମାରାଶି ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରି ୩.୨୫ ପ୍ରତିଶତ କରି ଦେଇଛି । ଅନ୍ୟପକ୍ଷେ ସେଭିଙ୍ଗ ଏକାଉଣ୍ଟରେ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରହିଲେ, ତାହା ଉପରେ ସୁଧ ରେପୋ ରେଟ ଅନୁସାରେ ମିଳିବ ।

୨. ବଦଳି ଯାଇଛି ବ୍ୟାଙ୍କ ଖୋଲିବାର ସମୟ 
ମହାରାଷ୍ଟ୍ରରେ ଆଜି ଠାରୁ ସମସ୍ତ ବ୍ୟାଙ୍କର ଖୋଲିବା ସମୟ ଓ ବନ୍ଦ କରିବାର ସମୟ ସମାନ ରହିବ । ଆଜି ଠାରୁ ମହାରାଷ୍ଟ୍ରରେ ସମସ୍ତ ବ୍ୟାଙ୍କ ସକାଳ ୯ଟାରୁ ଖୋଲିବ ଓ ଅପରାହ୍ନ ୪ଟାରେ ବନ୍ଦ ହେବ । ବିଗତ ଦିନରେ ଅର୍ଥ ମନ୍ତ୍ରାଳୟ ସମସ୍ତ ବ୍ୟାଙ୍କର କାର୍ଯ୍ୟ ସମୟ ସମାନ କରିବାର ଆଦେଶ ଜାରି କରିଥିଲା ।

୩. ରନ୍ଧନ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି
ନଭେମ୍ୱର ୧ରୁ ବିନା ସବସିଡି ଗ୍ୟାସ ସିଲିଣ୍ଡରର ଦାମରେ ପ୍ରାୟ ୭୬.୫ ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ଗ୍ୟାସ ସିଲିଣ୍ଡରର ଦାମ ୬୮୧.୫୦ ଟଙ୍କା ହୋଇଯାଇଛି । କୋଲକାତାରେ ଏହାର ଦାମ ୭୦୬ ଟଙ୍କା ହୋଇଯାଇଛି । ସେହିପରି ମୁମ୍ୱାଇ ଓ ଚେନ୍ନାଇରେ ଯଥାକ୍ରମେ ୬୫୧ ଓ ୬୯୬ ଟଙ୍କା ହୋଇଯାଇଛି ।

୪.ଭାରି ଡିସ୍କାଉଣ୍ଟ ଅଫର ଶେଷ
ଫେଷ୍ଟିଭ ସିଜନରେ ପୁରା ଅକ୍ଟୋବରରେ ଅନଲାଇନ ଠାରୁ ଆରମ୍ଭ କରି ଅଫଲାଇନ ଶୋପିଙ୍ଗ ଉପରେ ଭାରି ରିହାତି ମିଳୁଥିଲା ।  ବିଶେଷକରି କାର ଓ ବାଇକ କିଣିବା ଉପରେ ଅଟୋ କମ୍ପାନୀ ବଡ଼ ରିହାତି ଦେଉଥିଲା । କିନ୍ତୁ ଏହି ରିହାତି ନଭେମ୍ୱର ୧ରୁ ଶେଷ ହୋଇଯାଇଛି ।

୫. ଏବେ କେବଳ ଡିଜିଟାଲ ପେମେଣ୍ଟ
ଏହା ବ୍ୟତୀତ ପହିଲା ନଭେମ୍ୱରରୁ ବଡ଼ ବଡ଼ ବ୍ୟବସାୟୀଙ୍କୁ ଏବେ ଡିଜିଟାଲ ପେମେଣ୍ଟ କରିବାକୁ ପଡିବ । ଏହି ନିୟମ ବିଶେଷକରି ସେହି ବ୍ୟବସାୟୀଙ୍କ ପାଇଁ ରହିଛି, ଯେଉଁମାନଙ୍କ ବାର୍ଷିକ ଟର୍ନ ଓଭର ୫୦ କୋଟି ଟଙ୍କାରୁ ଅଧିକ ରହିବ । ଏଥିପାଇଁ ଡିଜିଟାଲ ପେମେଣ୍ଟ ଉପରେ ମର୍ଚେଣ୍ଟ ଡିସକାଉଣ୍ଟ ରେଟ(ଏମଡିଆର)ର ଆଦାୟ କରାଯିବ ନାହିଁ ।