ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ

ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ

ମଧ୍ୟାନ୍ନ ସମୟରେ ଜଣେ ବୁଲା ବିକାଳି ଠାରୁ ଗଣିଆ, ବିଜୟନଗର ଓ ବେଲପଡା ୩ଟି ଗାଁର ଲୋକମାନେ ଦହିବରା ଖାଇଥିଲେ । 

ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବିଜୟନଗର ଓ ବେଲପଡା ଗାଁରେ ଦହିବରା ଖାଇ ୫୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଅସୁସ୍ଥ ମାନଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ,ଆସନ୍ତା କାଲି ମଧ୍ୟାନ୍ନ ସମୟରେ ଜଣେ ବୁଲା ବିକାଳି ଠାରୁ ଗଣିଆ, ବିଜୟନଗର ଓ ବେଲପଡା ୩ଟି ଗାଁର ଲୋକମାନେ ଦହିବରା ଖାଇଥିଲେ । ଦହିବରା ଖାଇବାର କିଛି ସମୟ ପରେ କିଛି ଲୋକଙ୍କର ପେଟ କାଟିବା ସହ ବାନ୍ତି ହୋଇଥିଲା। ପରେ ଏହା ବ୍ୟାପିବାରେ ଲାଗି ୫୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଥିଲେ।

ତେବେ ଦହିବରାରେ କିଛି ବିଷାକ୍ତ ପଦାର୍ଥ ପଡିଯାଇଛି କିମ୍ବା ବାସି ଦହିବରା ଖାଇବା ଯୋଗୁଁ ଏପରି ହୋଇଥାଇପାରେ ବୋଲି  ଡାକ୍ତର କହିଛନ୍ତି । ବୁଲା ଦହିବରା ବିକାଳିଙ୍କର ସନ୍ଧାନ ମିଳି ପାରିନାହିଁ ।

 

Trending news