ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଏହି ବଡ ପୁରସ୍କାର

ଗତକାଲି ଅପରାହ୍ନ ୩ଟା ସମୟରେ ଶ୍ୟାମାପ୍ରଶାଦ ମୁଖାର୍ଜୀ ଷ୍ଟାଡିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସୁଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର । ଏହି ଫିଲ୍ମ ଫେଷ୍ଟିଭାଲରେ ଅନେକ ଅଭିନେତା, ନିର୍ଦ୍ଦେଶକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।  ଏହି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।  

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଏହି ବଡ ପୁରସ୍କାର

ପାଣାଜୀ: ଗୋଆରେ ଆରମ୍ଭ ହୋଇଛି ୫୦ତମ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫଏଫଆଇ( IFFI) । ଏହି ଅବସରରେ ଅଭିନେତା ରଜନୀକାନ୍ତଙ୍କୁ 'ଆଇକନ ଅଫ ଦି ଇଅର ଆୱାର୍ଡ' ପ୍ରଦାନ କରାଯାଇଛି ।

ଗତକାଲି ଅପରାହ୍ନ ୩ଟା ସମୟରେ ଶ୍ୟାମାପ୍ରଶାଦ ମୁଖାର୍ଜୀ ଷ୍ଟାଡିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସୁଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର । ଏହି ଫିଲ୍ମ ଫେଷ୍ଟିଭାଲରେ ଅନେକ ଅଭିନେତା, ନିର୍ଦ୍ଦେଶକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।  ଏହି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।  ସେପଟେ ଦେଶ ବିଦେଶର ପ୍ରାୟ ୨୫୦ ଚଳଚ୍ଚିତ୍ର ଏଥିରେ ପ୍ର ଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଫ୍ରେଞ୍ଚ ଅଭିନେତା ଇଜାବେଲ ହୋପଟଙ୍କୁ ଏହି ଅବସରରେ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

 

ପ୍ରତିବର୍ଷ ଗୋଆରେ ଅନୁଷ୍ଠିତ ହୋଇ ଆସୁଥିବା ଭାରତୀୟ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ ଏ ବର୍ଷ  ୫୦ବର୍ଷ ପୁରଣ କରିବ । ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ମହାନାୟକ ଅମିତାଭଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ବିଶେଷ ଆକର୍ଷଣ ହେଉଛି ଏଥର ୭୦ରୁ ୯୦ ଦଶକର ଅନେକ ସୁପରହିଟ୍ ଫିଲ୍ମ ପ୍ରଦର୍ଶିତ ହେବ ।