ଗୋଟିଏ ଦିନରେ ୫୨ ମାମଲା, ସର୍ବାଧିକ ଗଞ୍ଜାମରୁ
Advertisement
Article Detail0/zeeodisha/odisha678406

ଗୋଟିଏ ଦିନରେ ୫୨ ମାମଲା, ସର୍ବାଧିକ ଗଞ୍ଜାମରୁ

ବୋଲ ମାନୁନି କୋରୋନା । ଅନିୟନ୍ତ୍ରିତ ଭାବେ ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜିର ରାଜ୍ୟରୁ ସର୍ବାଧିକ ୫୨ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ସନ୍ଧ୍ୟାରେ ୨୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସକାଳେ ୨୬ଟି ମାମଲା ସାମ୍ନାକୁ ଆସିଥିଲା । ସେହିପରି ମଧ୍ୟାହ୍ଣରେ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥ

ଗୋଟିଏ ଦିନରେ ୫୨ ମାମଲା, ସର୍ବାଧିକ ଗଞ୍ଜାମରୁ

ଭୁବନେଶ୍ୱର: ବୋଲ ମାନୁନି କୋରୋନା । ଅନିୟନ୍ତ୍ରିତ ଭାବେ ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜିର ରାଜ୍ୟରୁ ସର୍ବାଧିକ ୫୨ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ସନ୍ଧ୍ୟାରେ ୨୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସକାଳେ ୨୬ଟି ମାମଲା ସାମ୍ନାକୁ ଆସିଥିଲା । ସେହିପରି ମଧ୍ୟାହ୍ଣରେ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୨୭୧ ଛୁଇଁଛି । ସେପଟେ ଗ୍ରୀନ ଜୋନ ଥିବା ଗଞ୍ଜାମ କିଛି ଘଣ୍ଟା ମଧ୍ୟରେ ୭୧ ଆକ୍ରାନ୍ତଙ୍କ ସହିତ ରେଡ଼ ଜୋନରେ ପରିଣତ ହୋଇଛି । 

ସୁରତ ଫେରନ୍ତା ବର୍ତ୍ତମାନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । କୋରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଶୀର୍ଷରେ ରହିଛି ଗଞ୍ଜାମ । ସୁରତରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପୂର୍ବରୁ ଗଞ୍ଜାମ ଗ୍ରୀନ ଜୋନରେ ରହିଥିଲା । ମାତ୍ର ଏହି ସୁରତ ଫେରନ୍ତା ଗଞ୍ଜାମରେ ପହଞ୍ଚିବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ତେବେ ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୪୩ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ସକାଳେ ୧୯ ସଂକ୍ରମିତ ସୁରତ ଫେରନ୍ତା ବିଭାଗ ଦର୍ଶାଇଥିବା ବେଳେ ସନ୍ଧ୍ୟାରେ ୨୪ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରିନାହିଁ । 

ଏହାସହିତ ଭୁବନେଶ୍ୱରରୁ ମଧ୍ୟ ଜଣେ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ କେନ୍ଦ୍ରାପଡ଼ାରୁ ମଧ୍ୟ ୫ ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ସେହିପରି ଗୋଟିଏ ଦିନରେ ଭଦ୍ରକରୁ ୩ ଜଣ ସାମ୍ନାକୁ ଆସିଛନ୍ତି । ଏ ସମସ୍ତେ ସୁରତରୁ ଫେରିଥିବା ସୂଚନା ରହିଛି । ସମସ୍ତେ ପୁରୁଷ ରହିଥିବା ବେଳେ ଏମାନଙ୍କ ବୟସ ୩୩, ୨୧ ଓ ୪୧ ବର୍ଷର ରହିଛନ୍ତି । 

ସୂଚନା ଯୋଗ୍ୟ ବର୍ତ୍ତମାନ ସଂକ୍ରମିତ ଜିଲ୍ଲା ତାଲିକା ଶୀର୍ଷରେ ଗଞ୍ଜାମ ରହିଥିବା ବେଳେ ଯାଜପୁର(୫୫ ଆକ୍ରାନ୍ତ) ଦ୍ୱିତୀୟ ଓ ଖୋର୍ଦ୍ଧା(ଭୁବନେଶ୍ୱର)୫୧ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବାଲେଶ୍ୱରରେ ମୋଟ ୨୭ ଜଣ, ଭଦ୍ରକରେ ୨୪, ସୁନ୍ଦରଗଡ଼ରେ ୧୨ ଜଣ ଆକ୍ରାନ୍ତ ରହିଛନ୍ତି । 

;