୫ ସାଥୀ ଯବାନଙ୍କୁ ମାରିବା ପରେ ନିଜକୁ ଗୁଳି କଲେ ଆଇଟିବିପି ଯବାନ

ଛତିଶଗଡରେ ଆଇଟିବିପି ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ । ୫ ସାଥୀ ଯବାନଙ୍କୁ ଗୁଳି କଲେ ଜଣେ ଆଇଟିବିପି ଯବାନ । ପରେ ସେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଘଟଣାରେ ଦୁଇ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । କେଉଁ  କାରଣରୁ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । 

 ୫ ସାଥୀ ଯବାନଙ୍କୁ ମାରିବା ପରେ ନିଜକୁ ଗୁଳି କଲେ ଆଇଟିବିପି ଯବାନ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଛତିଶଗଡରେ ଆଇଟିବିପି ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ । ୫ ସାଥୀ ଯବାନଙ୍କୁ ଗୁଳି କଲେ ଜଣେ ଆଇଟିବିପି ଯବାନ । ପରେ ସେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଘଟଣାରେ ଦୁଇ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । କେଉଁ  କାରଣରୁ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । 

ସୂଚନା ଅନୁସାରେ, ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏକ ଆଇଟିବିପି (Indo-Tibetan Border Police)କ୍ୟାମ୍ପରେ ଏହି ସଂଘର୍ଷ ଘଟିଥିଲା । ସାଥୀ ଯବାନଙ୍କ ସହ ଝଗଡା ହେବାରୁ ଆଖିବୁଜା ଗୁଳି ଚାଳନା କରିଥିଲେ ଜଣେ ଆଇଟିବିପି ଯବାନ । ଫଳରେ ଘଟଣା ସ୍ଥଳରେ ହିଁ ୫ ଯବାନଙ୍କ ମୃଚ୍ୟୁ ହୋଇଛି । ୨ ଗୁରୁତର ଆହତ ହୋଇଛନ୍ତି । ପରେ ସେ ନିଜେ ନିଜକୁ ଗୁଳି କରି ଦେଇଥିଲେ । 

ତେବେ ୨ ଗୁରୁତରଙ୍କୁ ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ ।  

ଆହୁରି ପଢନ୍ତୁ; ମିଳିଲାନି ଲୋକପ୍ରିୟତା, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଭାରତୀୟ ବଂଶୋଦ୍ଭବ