close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭିଣେଇଙ୍କୁ ଗଛରେ ବାନ୍ଧି ଶାଳୀଙ୍କ ସହ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ନାଁ ନେଉନାହିଁ । ପ୍ରାୟ ଦିନ ଦେଶର ବିଭିନ୍ନ ସ୍ଥାନରୁ ଦୁଷ୍କର୍ମ ପରି ଘଟଣା ସାମ୍ନାକୁ ଆସୁଛି । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ମହିଳାଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ନମ୍ୱର ୧ରେ ରହିଛି । ଏଠାରେ ପ୍ରାୟଦିନ ଦୁଷ୍କର୍ମ ପରି ଘଟଣା ସାମ୍ନାକୁ ଆସିଥାଏ । ପୁଣି ଆଉଁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । 

ଭିଣେଇଙ୍କୁ ଗଛରେ ବାନ୍ଧି ଶାଳୀଙ୍କ ସହ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ନାଁ ନେଉନାହିଁ । ପ୍ରାୟ ଦିନ ଦେଶର ବିଭିନ୍ନ ସ୍ଥାନରୁ ଦୁଷ୍କର୍ମ ପରି ଘଟଣା ସାମ୍ନାକୁ ଆସୁଛି । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ମହିଳାଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ନମ୍ୱର ୧ରେ ରହିଛି । ଏଠାରେ ପ୍ରାୟଦିନ ଦୁଷ୍କର୍ମ ପରି ଘଟଣା ସାମ୍ନାକୁ ଆସିଥାଏ । ପୁଣି ଆଉଁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । 

ଘଟଣାଟି ଉତ୍ତର ପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଘଟିଛି । ଏଠାରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଦୁଷ୍କର୍ମ ପରେ ଏହାର ଭିଡିଓ ଭାଇରାଲ କରି ଦିଆଯାଇଛି । ପୋଲିସ ଭିଡିଓକୁ ଆଧାର କରି ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ଗିରଫ ପାଇଁ ପୋଲିସ ଲଗାତାର ତଲାସୀ ଅଭିଯାନ ଚଳାଇଛି । ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଚିହ୍ନଟ କରାଯାଇଛି ।

ମିଳୁଥିବା ସୂଚନାନୁସାରେ, ଏହି ଘଟଣାଟି ଚିତ୍ରକୁଟ ଜିଲ୍ଲାର ମଉ ଥାନାରେ ଘଟିଛି । ଏଠାରେ ଜଣେ ମହିଳାଙ୍କ ସହ ୪ ଦିନ ପୂର୍ବେ ଗଣଦୁଷ୍କର୍ମ  ହେବା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । 

ମଉ ଥାନା ପ୍ରଭାରୀ(ଏସଓ) ଅରୁଣ ପାଠକ କହିଛନ୍ତି ଯେ, ସୋସିଆଲ ମିଡିଆରେ ଗଣଦୁଷ୍କର୍ମର ଏକ ଭିଡିଓ ଭାଇରାଲ ହୋଇଛି ।  ଏହି ଭିଡିଓ ଆଧାରରେ ୬ରୁ ୪ ଜଣ ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇଛି । ପୀଡ଼ିତାଙ୍କ ବୟାନ ଆଧାରରେ ବିକ୍କି ଗର୍ଗ, ଡିଜେ ଓ କାରତୁସ ବ୍ୟତୀତ ଅନ୍ୟ ଅଜ୍ଞାତ ମାସ୍କ ପିନ୍ଧିଥିବା ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ, ଲୁଟପାଟ ଓ ଜୀବନରେ ମାରିବା ଧମକ ପରି ମାମଲା ଦାଖଲ କରାଯାଇଛି । ସେମାନଙ୍କ ତଲାସୀ ଜାରି ରହିଛି ।

ଅକ୍ଟୋବର ୨୮ରେ ୨୪ ବର୍ଷୀୟ ଯୁବତୀ ଜଣକ ତାଙ୍କ ଭିଣେଇ ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ସେହି ସମୟରେ ରାସ୍ତାରେ କିଛି ଯୁବକ ଭୟ ଦେଖାଇ ସେମାନଙ୍କୁ ରୋକି ଥିଲେ । ଲୁଟପାଟର ବିରୋଧ କରିବାରୁ ଭିଣେଇଙ୍କୁ ଗଛରେ ବାନ୍ଧି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ଥାନା ପ୍ରଭାରୀ କହିଛନ୍ତି । ଏହାସହ ପୀଡ଼ିତାଙ୍କ ଚିକିତ୍ସା ଓ ଯାଞ୍ଚ ପାଇଁ ହସ୍ପିଟାଲ ପଠାଯାଇଛି ବୋଲି ସେ କହିଛନ୍ତି ।