ମହଙ୍ଗା ପଡିଲା ଅପରାଧୀ ସହ ପାର୍ଟି, ୬ ପୋଲିସ ନିଲମ୍ବିତ
ମହଙ୍ଗା ପଡିଲା ଅପରାଧୀ ସହ ପାର୍ଟି କରିବା । ୬ ପୋଲିସ କର୍ମଚାରୀ ନିଲମ୍ବିତ । ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସେହିପରି ଅପରାଧୀ ଜଣକୁ ଲକ୍ଷ୍ନୌ ନିଆଯାଇଛି ।
Trending Photos
)
ନୂଆଦିଲ୍ଲୀ: ମହଙ୍ଗା ପଡିଲା ଅପରାଧୀ ସହ ପାର୍ଟି କରିବା । ୬ ପୋଲିସ କର୍ମଚାରୀ ନିଲମ୍ବିତ । ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସେହିପରି ଅପରାଧୀ ଜଣକୁ ଲକ୍ଷ୍ନୌ ନିଆଯାଇଛି ।
ଅପରାଧି ସହ ପାର୍ଟି କରୁଥିଲେ ପୋଲିସ କର୍ମଚାରୀ । ଯାହା ନାଁରେ ମାଳମାଳ ମାମଲା, ତା ସହ ଦୋସ୍ତି ! ଅପରାଧୀ ଏବଂ ଅପରାଧ ନିୟନ୍ତ୍ରଣକାରୀଙ୍କ ମଧ୍ୟରେ ଡିଲ ! ଯଦି ଅପରାଧୀ ସହ ପୋଲିସ କର୍ମଚାରୀଙ୍କ ବନ୍ଧୁତ୍ୱ ହୋଇଯିବ, ତେବେ କେମିତି ପୋଲିସ ପ୍ରଶାସନ ଉପରେ ବିଶ୍ୱାସ କରିବେ ସାଧାରଣ ଜନତା ? ଏବେ ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଅପରାଧି ସହ ୬ ପୋଲିସ କର୍ମଚାରୀ ପାର୍ଟି କରୁଥିବା ଘଟଣା ସାମ୍ନାକୁ ଆସିଛି ।
ତେବେ ଏହାକୁ ବେଶ ଗୁରୁତର ସହିତ ନିଆଯାଇଛି । ସମ୍ପୃକ୍ତ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କେବଳ ସେତିକି ନୁହେଁ, ସେମାନଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ବି ଚାଲିଛି । ସମ୍ପୃକ୍ତ ଅପରାଧୀ ସହ କଣ ଥିଲା ଏହି ପୋଲିସ କର୍ମଚାରୀଙ୍କ ସମ୍ପର୍କ ? କୌଣସି ଅପରାଧରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ନାହିଁ ତ ? ଏବେ ପୁରା ଘଟଣାର ତଦନ୍ତ ହେବ ।
ଅନ୍ୟପଟେ ସମ୍ପୃକ୍ତ ଅପରାଧୀକୁ ଲକ୍ଷ୍ନୌ ନିଆଯାଇଛି । ପୋଲିସ ଅଧିକାରୀଙ୍କ ସହ ତାର କଣ ସମ୍ପର୍କ ରହିଥିଲା, ସେ ଉପରେ ତଦନ୍ତ ଚାଲିଛି ।
ଆହୁରି ପଢନ୍ତୁ; JNU ଛାତ୍ର ଆନ୍ଦୋଳନ: ଆଜି ଫିଟିପାରେ ସମାଧାନର ରାସ୍ତା
More Stories