ବୃଦ୍ଧାଶ୍ରମରେ ବାହା ହେଲେ ୬୭ ବର୍ଷୀୟ ବୃଦ୍ଧ ଏବଂ ୬୫ ବର୍ଷୀୟ ବୃଦ୍ଧା
Advertisement
Article Detail0/zeeodisha/odisha616871

ବୃଦ୍ଧାଶ୍ରମରେ ବାହା ହେଲେ ୬୭ ବର୍ଷୀୟ ବୃଦ୍ଧ ଏବଂ ୬୫ ବର୍ଷୀୟ ବୃଦ୍ଧା

ବୃଦ୍ଧାଶ୍ରମରେ ବାହା ହେଲେ....

ଫଟୋ ସୌଜନ୍ୟ: ଏଏନଆଇ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ସାଧାରଣତଃ ବିବାହ ବୟସ ଝିଅ ପିଲାଙ୍କ ପାଇଁ ୨୫ରୁ ୩୦ ଥିବା ବେଳେ ତାଠାରୁ ଉର୍ଦ୍ଧ୍ୱ ବୟସ ହେଲେ ବିବାହ ନେଇ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶିଯାଏ । ତେବେ କେରଳରେ ୬୭ ବର୍ଷୀୟ ବୃଦ୍ଧ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କୁ ବିବାହ ଯେତିକି ଆଶ୍ଚର୍ଯ୍ୟ କର ନୁହେଁ, କେଉଁଠି ଏବଂ କେଉଁ ପରିସ୍ଥିତିରେ ତାଙ୍କର ବିବାହ ହୋଇଛି ତାହା ବେଶ ରୋଚକ । 

ଶନିବାର ଏପରି ଏକ ବିବାହ ସମ୍ପନ୍ନ ହୋଇଛି କେରଳ ତ୍ରୀଶୁର ଜିଲ୍ଲାରେ । ଏଠାର ଏକ ସରକାରଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ଥିବା ଦୁଇ ବୟସ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୀବନ ଥିବା ଯାଏ ଜଣେ ଆଉ ଜଣଙ୍କ ସାଥୀ ହୋଇ ବାଟ ଚାଲିବାର ଶପଥ ନେଇଛନ୍ତି ।  

କୁହାଯାଏ, ପ୍ରେମ ପାଇଁ କୌଣସି ମାନଦଣ୍ଡ ନଥାଏ କିମ୍ବା କୌଣସି ଜାତି ଗୋତ୍ର ନଥାଏ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ନବ ଦମ୍ପତ୍ତି । ପୂର୍ବରୁ ଥରେ ସ୍ୱାମୀଙ୍କ ଅଘଟଣା ବା ମୃତ୍ୟୁ ଘଟିଲେ ଦ୍ୱିତୀୟ ବିବାହ ସ୍ୱପ୍ନ ପାଲଟିଯାଏ ବା ଆମେ କହିପାରିବା ବିବାହ ବୟସ ସୀମା ଡେଇଁ ଗଲେ ଆଉ ବିବାହ ହୋଇପାରେ ନାହିଁ । କିନ୍ତୁ ସେହି ପୁରୁଣା ଯୁଗର ଏହି ଚିରାଚରିତ ପ୍ରଥାକୁ ଜାବୁଡି ନଧରି ଏମାନେ ନୂଆ ଯୁବପୀଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଆମେ ବି ଆଶା କରୁଛୁ, ତାଙ୍କର ଆଗାମୀ ଚଲାପଥ କୁସୁମିତ ହେବ ।