ଟ୍ରକ-ଭ୍ୟାନ ମୁହାଁମୁହିଁ, ଜୀଅନ୍ତା ଜଳିଗଲେ ୭ ଜଣ
Advertisement

ଟ୍ରକ-ଭ୍ୟାନ ମୁହାଁମୁହିଁ, ଜୀଅନ୍ତା ଜଳିଗଲେ ୭ ଜଣ

ପୋଲିସ କହିଛି ଯେ ମାରୁତି ଭ୍ୟାନ ଆଗ ଟାୟର ଫାଟି ଯାଇଥିଲା । ଟାୟାର ଫାଟିବା ଫଳରେ ଭ୍ୟାନ ଅସନ୍ତୁଳିତ ହୋଇଯାଇଥିଲା ।

ଟ୍ରକ-ଭ୍ୟାନ ମୁହାଁମୁହିଁ, ଜୀଅନ୍ତା ଜଳିଗଲେ ୭ ଜଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ରବିବାର ସନ୍ଧ୍ୟାରେ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାଟି କୋତବାଲୀ ବାଙ୍ଗରମଉର ଆଗରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଟୋଲ ପ୍ଲାଜା ସାମ୍ନାରେ ଘଟିଛି । ପୋଲିସ କହିଛି ଯେ ସମସ୍ତ ମୃତ ଦେହକୁ ବାହାର କରି ନିଆଯାଇଛି ।

କିପରି ହୋଇଛି ଦୁର୍ଘଟଣା

ପୋଲିସ କହିଛି ଯେ ମାରୁତି ଭ୍ୟାନ ଆଗ ଟାୟର ଫାଟି ଯାଇଥିଲା । ଟାୟାର ଫାଟିବା ଫଳରେ ଭ୍ୟାନ ଅସନ୍ତୁଳିତ ହୋଇଯାଇଥିଲା । ସାମ୍ନାରୁ ଆସୁଥିବା ଏକ ଟ୍ରକରେ ଯାଇ ଟକ୍କର ଲାଗିଥିଲା । ଭୀଷଣ ଟକ୍କର ହେବାରୁ ଭ୍ୟାନରେ ନିଆ ଲାଗି ଯାଇଥିଲା । ଏହି ଘଟଣାରେ ଭ୍ୟାନରେ ଥିବା ୭ ଜଣ ଯାତ୍ରୀ ଜୀଅନ୍ତା ଜଳି ଯାଇଥିଲେ । ଫଳରେ ସେମାନେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ ।

ଏହି ଦୁର୍ଘଟଣା ପରେ ହରଦୋଇ ଉନ୍ନାଓ ରାସ୍ତାରେ ଭୀଷଣ ଜାମ ଲାଗିଛି । ବିଗତ କିଛି ଦିନ ପୂର୍ବେ କନ୍ନୌଜରେ ଭୀଷଣ ସଡ଼କ ଦୁର୍ଘଟଣାରେ ଯାତ୍ରୀବାହୀ ବସ ଦେଖୁ ଦେଖୁ ନିଆଁର ଗୋଳାରେ ପରିବର୍ତ୍ତିତ ହୋଇଯାଇଥିଲା । ଫଳରେ ବସରେ ଥିବା ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିଥିଲେ । 

ଅଧିକ ପଢ଼ନ୍ତୁ: କାର-ବାଇକ ମୁହାଁମୁହିଁ: ଜଣେ ମୃତ, ୪ ଗୁରୁତର