ଆକ୍ରାନ୍ତ ଚିହ୍ନଟ ହେବା ପରେ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ
Advertisement
Article Detail0/zeeodisha/odisha680577

ଆକ୍ରାନ୍ତ ଚିହ୍ନଟ ହେବା ପରେ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ଆଜି ସକାଳୁ ଯାଜପୁରରୁ ୭ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସନ୍ଦିପ ରାୟ, ଯାଜପୁର: ଆଜି ଯାଜପୁରରୁ ୭ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଳାର ଆକ୍ରାନ୍ତ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି । ଗତକାଲି ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ଏବେ ବି ୩୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଆଜି  ଚିହ୍ନଟ ୭ଜଣ ମଧ୍ୟରୁ  ବିଂଝାରପୁର ବ୍ଲକ ଏବଂ ବରୀ ବ୍ଲକରୁ ୨ ଜଣ ଲେଖାଏଁ ରହିଥିବା ଜଣାପଡ଼ିଛି । ସେହିପରି ରସୁଲପୁର ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେପଟେ କୋରୋନା ମାମଲା ସାମ୍ନାକୁ ଆସିବା ପରେ ନିଜ ନିଜ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି କିଛି ସରପଞ୍ଚ । ବରୀ ବ୍ଲକର ଚନ୍ଦନପୁର ପଞ୍ଚାୟତରୁ ଦୁଇଜଣ ବାପ ଓ ଝିଅ କୋରୋନା ରୋଗୀ ଭାବେ ଚିହ୍ନଟ ହେବା ପରେ ୨୪ ଘଣ୍ଟିଆ ସଟ ଡାଉନର ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ । ସେହିଭଳି ବିଂଝାରପୁର ବ୍ଲକର ଉଡରଙ୍ଗ ପଞ୍ଚାୟତରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ ଡାଉନ କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ବଜାର ଖୋଲିପାରିବ ନାହିଁ ବୋଲି ସରପଞ୍ଚ ନିଗମାନନ୍ଦ ଭଦ୍ର ନିର୍ଦ୍ଦେଶ ଦେଇଛନ୍ତି । 

;