ଦେଶର କ୍ଷମତାଶାଳୀ ୭ ଓଡ଼ିଆ
Advertisement

ଦେଶର କ୍ଷମତାଶାଳୀ ୭ ଓଡ଼ିଆ

ଏହି ବର୍ଷ ଶାସନ କ୍ଷେତ୍ରରେ  ଅନେକ ଓଡ଼ିଆ  ରାଜ୍ୟ ପାଇଁ ଗୌରବ ଆଣିଛନ୍ତି

ଦେଶର କ୍ଷମତାଶାଳୀ ୭ ଓଡ଼ିଆ

ଭୁବନେଶ୍ୱର: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଆଜି ୨୦୧୯ର ଶେଷ ଦିନ । ଏହି ବର୍ଷ ଶାସନ କ୍ଷେତ୍ରରେ  ଅନେକ ଓଡ଼ିଆ  ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେଥି  ମଧ୍ୟରୁ ଅଛନ୍ତି ପ୍ରମୋଦ କୁମାର ମିଶ୍ର, ଶକ୍ତିକାନ୍ତ ଦାସ  ଏବଂ ଗିରିଶ ଚନ୍ଦ୍ର ମୁର୍ମୁ ଓ ଲୋକନାଥ ବେହେରା, ଜଳଦ କୁମାର ତ୍ରିପାଠୀ , ବିଶ୍ୱଭୂଷଣ ହରିଚନ୍ଦନ ଓ ଦ୍ରୌପତି ମୁର୍ମୁ ।  ଆସନ୍ତୁ ଜାଣିବା  ସେମାନଙ୍କ ସମ୍ପର୍କରେ । 

fallback 

ଲୋକନାଥ ବେହେରା 
 କେରଳ ପୋଲିସ ଡିଜିପି  ଅଛନ୍ତି ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରା ।  ୧୯୮୫ ବ୍ୟାଚ୍ ଆଇପିଏସ୍ । ଓଡ଼ିଆ ପୁଅ ଲୋକନାଥଙ୍କ ଘର ପୁରୀ ଜିଲ୍ଲାରେ ।  ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଉପୁଜିଥିବା ଆଇନଶୃଙ୍ଖଳାକୁ ପରିସ୍ଥିତିକୁ ଆୟତ୍ତ କରିଥିଲେ ଲୋକନାଥ । ପୋଲିସ ମୁଖିଆ ପଦ ଗ୍ରହଣ କରିବା ପୂର୍ବରୁ ସେ କେରଳ vigilance ଓ Anti-Corruption Bureau ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।

fallback 

ଶକ୍ତିକାନ୍ତ ଦାସ 
 ୨୦୧୮ ଡିସେମ୍ବର ୧୧ତାରିଖରେ ସେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଥିଲେ ।  ବିଭିନ୍ନ କ୍ଷେତ୍ରରେ ସୁଧ ହାର ହ୍ରାସ କରିବା ସହ ଅର୍ଥମନ୍ତ୍ରଣାଳୟ ସହ ଆରବିଆଇର ସମ୍ମନ୍ୱୟ କିଭଳି ଗୁରୁତ୍ୱ ଦେଇ ବୃଦ୍ଧି କରାଯିବ ସେଥିରେ ଶକ୍ତିକାନ୍ତ ଦାସ ସଫଳ ହୋଇଛନ୍ତି  ।  
ଶକ୍ତିକାନ୍ତ ଭୁବନେଶ୍ୱରସ୍ଥିତ ଡିଏମ ସ୍କୁଲରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ   ।  

fallback 

ଗିରିଶ ଚନ୍ଦ୍ର ମୁର୍ମୁ 

କେନ୍ଦ୍ରଶାସିତ ଅଞ୍ଚଳ  ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ  ହେଉଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଫିସର୍ ହେଉଛନ୍ତି ଗିରିଶ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଏମଏ ଡିଗ୍ରୀ ହାସଲ କରିଥିଲେ । ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା  ଗିରିଶ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ସେ ଗୁଜୁରାଟରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ।

fallback 

ପ୍ରମୋଦ କୁମାର ମିଶ୍ର
ଓଡ଼ିଆ ପୁଅ ବା ଦେଶର ସବୁଠାରୁ ପାୱାରଫୁଲ୍ ଅଫିସର  ହେଉଛନ୍ତି  ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର । ଗୁଜୁରାଟରେ ଯେତେବେଳେ ମୋଦି ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମୋଦିଙ୍କ ଅତି ନିକଟତମ ବ୍ୟକ୍ତି ବା ପ୍ରଶାସନିକ ଅଧିକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ । ତେଣୁ ଗତ କିଛି ଦିନ ମଧ୍ୟରେ  ମୋଦିଙ୍କ ଭରସା ଜିତିଥିବା ଏହି ଓଡ଼ିଆ ପୁଅଙ୍କୁ ମୋଦି ତାଙ୍କର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦେବା ପରେ ତାଙ୍କୁ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଶାସକ ଭାବେ ଅବିହିତ କରାଯାଛି । 

fallback 

ଜଳଦ କୁମାର ତ୍ରିପାଠୀ 

ତାମିଲନାଡୁର ପୋଲିସ ଡିଜିପି  ଭାବେ ଜଳଦ କୁମାର ତ୍ରିପାଠୀ କାର୍ଯ୍ୟଭାର ତୁଲାଉଛନ୍ତି  । ସେ  ୧୯୮୫ ବ୍ୟାଚ୍ ଓଡ଼ିଆ ଆଇପିଏସ୍  । ଜଳଦତିନି ଦସନ୍ଧି ଧରି ତାମିଲନାଡୁ ପୋଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳିଛନ୍ତି । ସେ  ତିରୁଚି ପୋଲିସ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ । ଅପରାଧ ନିୟନ୍ତ୍ରଣ ସହ ପୋଲିସ ଓ ପବ୍ଲିକ ଭିତରେ ଦୂରତା କମାଇବାକୁ ଜଲଦ ତ୍ରିପାଠୀ ବହୁ ଯୋଜନା ହାତକୁ ନେଇଥିଲେ । ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୫ରେ ପ୍ରଥମ ଆଇପିଏସ୍ ଭାବରେ 'Prime Minister's Award for Excellence in Public Administration' ସମ୍ମାନରେ ସମ୍ମାନିତ ହୋଇଥିଲେ ।

fallback 

ବିଶ୍ୱଭୂଷଣ ହରିଚନ୍ଦନ 

ବିଶ୍ୱଭୂଷଣ ହରିଚନ୍ଦନ ଭାରତୀୟ ଜନତା ପାର୍ଟିର ଜଣେ ନେତା ।  ସେ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ ।  ରାଜନୀତିରେ  ସେ ୫ଥର ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 

fallback 

ଦ୍ରୌପତି ମୁର୍ମୁ 
୨୦୧୯ ମସିହାରେ  ମୟୁରଭଞ୍ଜ ଜିଲ୍ଲାର ଦ୍ରୌପତି ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି  I ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ମଧ୍ୟ ଅଟନ୍ତି I 2000 ରୁ 2004 ପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ରାଇରଙ୍ଗପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରହିଛନ୍ତି I