Advertisement
Article Detail0/zeeodisha/odisha662453
Zee OdishaOther Newsଆକ୍ରାନ୍ତଙ୍କ ସଂଖ୍ୟାରେ କେରଳକୁ ଟପିଲା ତାମିଲନାଡ଼ୁ: ଷ୍ଟେଜ ୩ରେ ରାଜ୍ୟ !

ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳକୁ ଟପିଲା ତାମିଲନାଡ଼ୁ: ଷ୍ଟେଜ ୩ରେ ରାଜ୍ୟ !

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳକୁ ପାର କଲା ତାମିଲନାଡ଼ୁ

Beela Rajesh, Tamil Nadu Health Secretary
Beela Rajesh, Tamil Nadu Health Secretary

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳକୁ ପାର କଲା ତାମିଲନାଡ଼ୁ । ଆଜି ତାମିଲନାଡ଼ୁରେ ୭୫ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ସବୁଠାରୁ ଦୁଃଖର ଖବର ଏହା ଯେ ୭୫ଜଣ ଯାକ ଦିଲ୍ଲୀର ତବଲିଗି ଜାମାତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭାରତରେ ସଂକ୍ରମଣଙ୍କ ସଂଖ୍ୟା ଏତେ ଖିପ୍ର ଗତିରେ ବୃଦ୍ଧି ପାଉଛି ଯେ ଆଜି ରାତି ସୁଦ୍ଧା ୨୦୦୦ ହଜାର ପାର ହୋଇଯିବ COVID19 ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ସର୍ବପ୍ରଥମେ କୋରୋନା ଦେଖାଦେଇଥିବା ରାଜ୍ୟ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୮୬ ଜଣ ଆକ୍ରାନ୍ତ ହୋଇସାରିଥିବାବେଳେ ୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ତାମିଲନାଡ଼ୁରେ କୋରୋନା ପଜିଟିଭଙ୍କ ସଂଖ୍ୟା ୩୦୯ରେ ପହଞ୍ଚିଛି । ୩୦୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୪ ଜଣ ଦିଲ୍ଲୀର ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ତାମିଲନାଡ଼ୁର ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ କହିଛନ୍ତି ।

ତାମିଲନାଡ଼ୁରେ ଆଜି ୭୪କେସ ଏକା ସହ ଆସିବା ପରେ ମହାରାଷ୍ଚ୍ର ଓ କେରଳ ପରି ଏହି ରାଜ୍ୟରେ ମଧ୍ୟ କୋରାନା ଷ୍ଟେଜ ୩ରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ଏ ନେଇ ସମଗ୍ର ଦେଶ ତଥା ରାଜ୍ୟ ଲକ୍ ଡାଉନରେ ଥିବାବେଳେ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି । 

ଦିଲ୍ଲୀ ନିଜାମୁଦିନରେ ଗତ ମାର୍ଚ୍ଚ ୧୨-୧୫ ତାରିଖ ମଧ୍ୟରେ ତବଲିଗି ଜାମାତଙ୍କ ଦ୍ୱାରା ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟେଜିତ ହୋଇଥିଲା ଏବଂ ସେଥିରେ ହଜାର ହଜାର ସଂଖ୍ୟାରେ ଦେଶ ତଥା ଦେଶ ବାହାରୁ ଲୋକେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଖାପାଖି ଦେଶର ୧୯ରାଜ୍ୟରୁ ଲୋକେ ଯାଇ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସମସ୍ତେ ନିଜ ନିଜ ରାଜ୍ୟକୁ ଫେରିଯାଇଥିଲେ ଯାହାକି ବର୍ତ୍ତମାନ ଦେଶକୁ କୋରୋନାର ଷ୍ଟେଜ ୩କୁ ପ୍ରବେଶ କରିବାର କାରଣ ସାଜିଛି ।