Trending Photos
)
ନୂଆଦିଲ୍ଲୀ: ତମାମ ଦେଶରେ କୋରୋନା ସଂକଟ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ମୋଟ ୨୨୦୧୦ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୯୩୭ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୭୦୨୬ ଜଣ ସୁସ୍ଥ ହୋଇଛି। ଏହି କ୍ରମରେ ଆଜି ଉତ୍ତରପ୍ରଦେଶର ଗୌତମବୁଦ୍ଧ ଜିଲ୍ଲାରେ ୮ ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହା ସହିତ ୫ଟି ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି।
ଏହି ୫ଟି ନୂଆ ମାମଲା ବାହାରିବା ସହିତ ଜିଲ୍ଲାରେ ମୋଟ ୧୩୪ଟି ମାମଲା ହୋଇଛି। ଏହା ମଧ୍ୟରୁ ମୋଟ ୫୫ ଜଣ ଚିକିତ୍ସିତ ଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୯୦ଟି ଯାଞ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟି ନୂଆ ମାମଲା ସାମ୍ନାକୁ ଆସିଛି।