close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନଦୀକୁ ଖସିଲା ବସ, ୮ ମୃତ

ନେପାଳରେ ଏକ ବଡ ଧରଣର ବସ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏକ ଯାତ୍ରାବାହୀ ବସ ନଦୀ ତଳକୁ ଖସିବା ଫଳେ ୮ ଜଣଙ୍କ ମୃତ୍ୟୁ ହେବାସହ ବହୁ ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ବହୁ ଲୋକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ନଦୀକୁ ଖସିଲା ବସ, ୮ ମୃତ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

କାଠମାଣ୍ଡୁ: ନେପାଳରେ ଏକ ବଡ ଧରଣର ବସ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏକ ଯାତ୍ରାବାହୀ ବସ ନଦୀ ତଳକୁ ଖସିବା ଫଳେ ୮ ଜଣଙ୍କ ମୃତ୍ୟୁ ହେବାସହ ବହୁ ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ବହୁ ଲୋକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଆସିପାରେ ବୋଲି ଆଶଙ୍କା କରାଯାଇଛି । ମିଳୁଥିବା ସୂଚନା ଅନୁସାରେ ବସଟି 34 ଜଣ ଯାତ୍ରୀଙ୍କୁ ନେଇ ଦୋଲାଖାରୁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ଏହି ସମୟରେ ବସଟି ନିୟନ୍ତ୍ରଣ ହରାଇ ସୁନକୋଶୀ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ ।

ଅନ୍ୟପକ୍ଷେ ବିହାର ସମସ୍ତିପୁର ଜିଲ୍ଲା ବଡଗାଁ ପୋଖରୀ କୂଳରେ ଛଠ ପୂଜା ଚାଲିଥିଲା । ଅର୍ଘ୍ୟ ଅର୍ପଣ ପାଇଁ ଲୋକେ ଏକତ୍ରିତ ହୋଇଥିଲେ । ଭକ୍ତମାନେ ନିକଟରେ ଥିବା କାଳି ମନ୍ଦିର ପାର୍ଶ୍ୱରେ ଛିଡା ହୋଇଥିଲେ । ଆଉ ଏତିକି ବେଳେ ହଠାତ ମନ୍ଦିରର କାନ୍ଥ ଭୁଷୁଡି ପଡିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୨ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ୬ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କେଉଁ କାରଣରୁ ଏତେବଡ ଅଘଟଣ ଘଟିଲା, ତାକୁ ନେଇ ପୋଲିସ ଛାନଭିନ କରୁଛି ।