ଆସାମରେ ଟ୍ରକ-କାର ମୁହାଁମୁହିଁ, ୮ ମୃତ
trendingNow,recommendedStories0/zeeodisha/odisha598955

ଆସାମରେ ଟ୍ରକ-କାର ମୁହାଁମୁହିଁ, ୮ ମୃତ

ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆସାମରେ ଟ୍ରକ-କାର ମୁହାଁମୁହିଁ, ୮ ମୃତ

ନୂଆଦିଲ୍ଲୀ: ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଉଦାଲଗୁରି ଜିଲ୍ଲା ଓରଙ୍ଗ ଜାତୀୟ ରାଜପଥ-୧୫ରେ ଟ୍ରକ ଓ କାର ସାମ୍ନା ସାମ୍ନା ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ୮ ଜଣ ଆଖି ବୁଜିଛନ୍ତି ।

କାରଟି ଏକ ବାହାଘର କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢନ୍ତୁ; କେମ୍ବ୍ରିଜରେ ପଢାଇବେ ସୁପର-30 ସଂସ୍ଥାପକ ଆନନ୍ଦ କୁମାର

Live reporting ବେଳେ ସାମ୍ନାକୁ ଆସିବାରୁ ଏପରି କଲେ ପାକ୍ ରିପୋର୍ଟର

Trending news