Advertisement
Article Detail0/zeeodisha/odisha662470
Zee OdishaOther Newsକଳାତାଲିକା ଭୁକ୍ତ ହେଲେ ୯୬୦ ମୌଲାନା, ଖାରଜ ହେଲା ଭିସା

କଳାତାଲିକା ଭୁକ୍ତ ହେଲେ ୯୬୦ ମୌଲାନା, ଖାରଜ ହେଲା ଭିସା

ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକା ପ୍ରକାଶ କରିବା ସହିତ ସେମାନଙ୍କୁ ଭିସାକୁ ଖାରଜ କରିଦେଇଛନ୍ତି। 

କଳାତାଲିକା ଭୁକ୍ତ ହେଲେ ୯୬୦ ମୌଲାନା, ଖାରଜ ହେଲା ଭିସା

ନୂଆଦିଲ୍ଲୀ: ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକା ପ୍ରକାଶ କରିବା ସହିତ ସେମାନଙ୍କୁ ଭିସାକୁ ଖାରଜ କରିଦେଇଛନ୍ତି। 

ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହି ମୌଲାନା ମାନେ ନିଜର ଭିସା ନିୟମରେ ଉଲ୍ଲଂଘନ କରି ଏଠାରେ ରହି ଆସୁଥିଲେ। ସେମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ସହିତ ସେମାନଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି। ଏହା ସହିତ ସମସ୍ତ ରାଜ୍ୟର ପୋଲିସ ଅଧିକାରୀମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମୌଲାନାମାନେ ଯେଉଁ ରାଜ୍ୟରେ ରହିଛନ୍ତି, ଉକ୍ତ ରାଜ୍ୟର ପୋଲିସ ଅଧିକାରୀ ସେମାନଙ୍କ ବିପକ୍ଷରେ ବୈଦେଶିକ ନିୟମାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏନେଇ ଗୃହ ମନ୍ତ୍ରଣାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ଟ୍ୱିଟରେ କୁହାଯାଇଛି ଯେ, ଗୃହ ମନ୍ତ୍ରଣାଳୟ ୯୬୦  ବିଦେଶୀ ମୌଲାନାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ ତବଲିଗି ଜମାତ କାର୍ଯ୍ୟାକଳାପରେ ବେନିୟମ ଭାବେ ସାମିଲ ହେବା କାରଣରୁ ତାଙ୍କର ଭାରତ ଭିସାକୁ ବାତିଲ କରି ଦିଆଯ଼ାଇଛି। ସେମାନେ ପର୍ଯ୍ୟାଟନ ଭିସାରେ ଆସି ଏଭଳି କାର୍ଯ୍ୟାକଳାପରେ ସାମିଲ ଥିବା ହେତୁ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

Add Zee News as a Preferred Source
About the Author