୧୩ ବର୍ଷର ଗର୍ଭବତୀ ନାବାଳିକାଙ୍କ ସହ ୬ ଜଣ କଲେ ଗଣଦୁଷ୍କର୍ମ

ଜଣେ ୧୩ ବର୍ଷର ଗର୍ଭବତୀ ନାବାଳିକାଙ୍କୁ ୬ ବନ୍ଦୀ ରଖିଥିଲେ । ଏହାସହ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିଲା । ପରେ ନାବାଳିକା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା । ଏହି ଘଟଣାଟି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଘଟିଛି ।  

୧୩ ବର୍ଷର ଗର୍ଭବତୀ ନାବାଳିକାଙ୍କ ସହ ୬ ଜଣ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଆମ ସମାଜରେ ବର୍ତ୍ତମାନ ମହିଳାଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି । କେତେବେଳେ ଶାରୀରିକ ତ କେତେବେଳେ ମାନସିକ ଭାବେ ନାରୀଙ୍କୁ ନିର୍ଯାତନା ଦିଆଯାଉଛି । ବିଶେଷ କରି ଶାରୀରିକ ଭାବେ ନାରୀଙ୍କ ନିର୍ଯ୍ୟାତନା ଘଟଣାରେ ବୃଦ୍ଧି ଆସିଛି । ପ୍ରାୟ ଦିନ ଦୁଷ୍କର୍ମ ପରି ଘଟଣା ଆମ ସାମ୍ନାକୁ ଆସିଛି । ଯାହା ଆମ ସମାଜ, ଦେଶ ତଥା ସମଗ୍ର ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜଣେ ୧୩ ବର୍ଷର ଗର୍ଭବତୀ ନାବାଳିକାଙ୍କୁ ୬ ବନ୍ଦୀ ରଖିଥିଲେ । ଏହାସହ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିଲା । ପରେ ନାବାଳିକା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା । ଏହି ଘଟଣାଟି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଘଟିଛି ।

ଆତ୍ମହତ୍ୟା ପୂର୍ବରୁ ନାବାଳିକା ନିଜ ବନ୍ଧୁଙ୍କୁ ମେସେଜରେ ଲେଖିଥିଲେ ଯେ ମୁଁ ଯାଉଛି, ମୁଁ ତୁମକୁ ବହୁତ ଭଲ ପାଉଛି । ପ୍ରାୟ ଏକ ମାସ ପୂର୍ବେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା । ମୃତ ନାବାଳିକାଙ୍କ ମା ଏହି ଗଣଦୁଷ୍କର୍ମ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ମୃତ ନାବାଳିକାଙ୍କ ମାଙ୍କ ଅନୁସାରେ, ତାଙ୍କ ଝିଅଙ୍କୁ ନଭେମ୍ୱର ୧୧ର ରାତିରେ ଏକ ପ୍ଲଟରେ ବନ୍ଦୀ କରି ରଖା ଯାଇଥିଲା । ଝିଅକୁ ଆତ୍ମହତ୍ୟା ନ କରିବା ପାଇଁ ମା ମଧ୍ୟ ପ୍ରୟାସ କରିଥିଲେ ।