close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତାମିଲନାଡୁ ପରେ ହରିୟାଣା, ବୋରୱେଲ ଭିତରେ ଫସି ରହିଥିବା ଶିଶୁ କନ୍ୟା ମୃତ

ତାମିଲନାଡୁ ପରେ ହରିୟାଣା । ସୁଜିତ ପରେ ଶିବାନୀ । ୫୦ ଫୁଟ ବରୱେଲ ଭିତରେ ଫସିଥିବା ଶିଶୁ କନ୍ୟା ଶିବାନୀ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି ।

ତାମିଲନାଡୁ ପରେ ହରିୟାଣା, ବୋରୱେଲ ଭିତରେ ଫସି ରହିଥିବା ଶିଶୁ କନ୍ୟା ମୃତ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ତାମିଲନାଡୁ ପରେ ହରିୟାଣା । ସୁଜିତ ପରେ ଶିବାନୀ । ୫୦ ଫୁଟ ବରୱେଲ ଭିତରେ ଫସିଥିବା ଶିଶୁ କନ୍ୟା ଶିବାନୀ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି । ଉଦ୍ଧାରକାରୀ ଦଳର ସମସ୍ତ ପ୍ରୟାସ ସତ୍ତ୍ୱେ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହୋଇନି । କିଛିଦିନ ପୂର୍ବରୁ ତାମିଲନାଡୁରେ ମଧ୍ୟ ବରୱେଲରେ ଖସିପଡି ସୁଜିତ ନାମକ ୨ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିଲା । 

ସୁଜିତ ବୋରୱେଲ ଭିତରେ ଫସି ଜୀବନ ଯୁଦ୍ଧରେ ହାରିଯିବା ଘଟଣା ମନରୁ ଲିଭିନି । ଆଉ ଏବେ ପୁଣି ଏପରି ଏକ ଘଟଣା ସଭିଙ୍କ ହୃଦୟକୁ ଦୋହଲାଇ ଦେଇଛି । ୫୦ ଫୁଟ ବୋରୱେଲ ଭିତରେ ଫସି ରହିଥିବା ୫ ବର୍ଷର କୁନି ଝିଅର ମୃତ୍ୟୁ ହୋଇଥିବା ଖବର ଆସିଛି । 

ଗତକାଲି ରାତିରେ ହରିୟାଣା କର୍ଣ୍ଣାଲ ଜିଲ୍ଲା ଘରୌଣ୍ଡା ହରିସିଂହପୁରା ଗାଁର କୁନି ଶିଶୁ ଶିବାନୀ ଖେଳୁଥିବା ବେଳେ ଗଭୀର ବୋରୱେଲ ଭିତରେ ଖସିପଡିଥିଲା ।  ପ୍ରାୟ ୪/୫ ଘଣ୍ଟା ପରେ ଯାଇ ଏହା  ପରିବାର ଲୋକେ ଜାଣିପାରିଥିଲେ । ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । 

ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ଉଦ୍ଧାରକାରୀ ଦଳ । ଅତ୍ୟାଧୁନିକ ଜ୍ଞାନ କୌଶଳର ମଧ୍ୟ ବ୍ୟବହାର ହୋଇଥିଲା । ହେଲେ ଆଜି ଉଦ୍ଧାର ବେଳେ ଶିଶୁଟିର ମୃତ୍ୟୁ ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । 

କହିରଖୁଛୁ, ୧୦ଦିନ ତଳେ ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର ଏକ ଗାଁରେ ୩୦ ମିଟରର ଏକ ବୋରୱେଲ ଭିତରେ ଖସିପଡିଥିଲା ୨ ବର୍ଷର ଶିଶୁ । ନାଁ ସୁଜିତ ୱିଲସନ । ହଠାତ ଏଖବର ସବୁଆଡେ ଖେଳିଗଲା । ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଏବଂ ପର୍ଯ୍ୟଟନ ମନ୍ତ୍ରୀ ବଲ୍ଲାମଣ୍ଡି ନଟରାଜନ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟର ତଦାରଖ କରୁଥିଲେ । 

ଉଦ୍ଧାରକାରୀ ଦଳକୁ ସୁଜିତ ପାଖରେ ପହଞ୍ଚିବା ଏତେ ସମ୍ଭବ ନଥିଲା । କାହିଁକିନା ଶିଶୁଟି ପ୍ରଥମେ ମାତ୍ର ୨୫ ଫୁଟ ଭିତରେ ଲଟକି ରହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଖସି ଖସି ୧୦୦ ଫୁଟ ଭିତରକୁ ଚାଲିଯାଇଥିଲା । ଦୀର୍ଘ ୪ଦିନର ଅପରେସନ । ହେଲେ ଉଦ୍ଧାରକାରୀ ଦଳ ଶିଶୁ ପାଖରେ ପହଞ୍ଚିଲା ବେଳକୁ ଆଉ ନଥିଲା ସୁଜିତଙ୍କ ଜୀବନ ।  ଏ ଖବର ଉପରେ ନଜର ରଖୁଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କ ହୃଦୟକୁ ଘଟଣାଟି ଦୋହଲାଇ ଦେଇଥିଲା ।