୬ ବର୍ଷର ଝିଅକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ମନରୁ ଲିଭିନି । ହେଲେ ଏହାର ଦିନ କେଇଟା ଭିତରେ ସାମନାକୁ ଆସୁଛି ଅନେକ ଦୁଷ୍କର୍ମ ଘଟଣା । ଦେଶର ଆଇନ କାନୁନ ଉପରେ ସତେ ଯେମିତି କି ଯୌନ ରାକ୍ଷାସଙ୍କ କୌଣସି ଭୟ ନାହିଁ । ମହାରାଷ୍ଟ୍ରରେ ଜଣେ ୬ ବର୍ଷର ଝିଅକୁ ଦୁଷ୍କର୍ମ କରିଛି ଯୌନ ପିପାସୁ ମଣିଷ । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି । 

 ୬ ବର୍ଷର ଝିଅକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ମନରୁ ଲିଭିନି । ହେଲେ ଏହାର ଦିନ କେଇଟା ଭିତରେ ସାମନାକୁ ଆସୁଛି ଅନେକ ଦୁଷ୍କର୍ମ ଘଟଣା । ଦେଶର ଆଇନ କାନୁନ ଉପରେ ସତେ ଯେମିତି କି ଯୌନ ରାକ୍ଷାସଙ୍କ କୌଣସି ଭୟ ନାହିଁ । ମହାରାଷ୍ଟ୍ରରେ ଜଣେ ୬ ବର୍ଷର ଝିଅକୁ ଦୁଷ୍କର୍ମ କରିଛି ଯୌନ ପିପାସୁ ମଣିଷ । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି । 

ମୁମ୍ବାଇ କୁର୍ଲା ଅଞ୍ଚଳରେ ଏହି ଘଟଣା ଘଟିଛି । ଯୌନ ରାକ୍ଷାସର ଶିକାର ହୋଇଛନ୍ତି ନାବାଳିକା । ମାତ୍ର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ଅଭିଯୁକ୍ତ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ପଚରା ଉଚାରା କରୁଛି ପୋଲିସ । 

ଆଜି ସମନାକୁ ଆସିଥିବା ଆଉ କିଛି ଘଟଣା

  • ଆଜି ସକାଳୁ ବିହାର ସମସ୍ତିପୁରରୁ ଏକ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 
  • ଆନ୍ଧ୍ରପ୍ରଦେଶ ମଦ୍ଦିପଡୁରୁ ଜଣେ ୨୩ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି, ତାର ତଦନ୍ତ କରୁଛି ପୋଲିସ । 

 
ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା ପରେ ପୋଲିସ ଜାରି କରିଛି ୧୪ଟି ଟିପ୍ସ

  1. ଯଦି କୌଣସି ମହିଳା ଟ୍ରାଭେଲିଂ କରୁଛନ୍ତି ତେବେ ନିଜର ଲୋକେସନ ନିଜର ପରିବାର ଓ ସାଙ୍ଗମାନଙ୍କ ସିହତ ସେୟାର କରନ୍ତୁ । 
  2. ଯଦି ମହିଳାମାନେ କୌଣସି ଟ୍ୟାକ୍ସି ବା ଅଟୋ ରିକ୍ସାରେ ଯାଉଛନ୍ତି ତେବେ ଟ୍ୟାକ୍ସିର ନମ୍ୱର ପ୍ଲେଟର ନମ୍ୱର ଘର ଲୋକଙ୍କ ସହିତ ସେୟାର କରନ୍ତୁ ।
  3. କୌଣସି ଅଜଣା ଜାଗାକୁ ଯାଉଥିଲେ ପ୍ରଥମେ ଜାଗା ବିଷୟରେ ପଚାରି ବୁଝନ୍ତୁ ଏବଂ ରାସ୍ତାରେ କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତା ନିଅନ୍ତୁ ନାହିଁ ।
  4. ସବୁବେଳେ ଭିଡ଼ ବା ଜନଗହଳି ଥିବା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ । ରାତି ହେଉ କି ଦିନ ଖାଲି ସ୍ଥାନ ବା ଲୋକ ନ ଥିବା ଜାଗାକୁ ନ ଯିବାକୁ ଚେଷ୍ଟା କରନ୍ତୁ ।
  5. ଯଦି ଆପଣଙ୍କ ଆଖ ପାଖରେ କେହି ଲୋକ ନାହାନ୍ତି ତେବେ ନିକଟରେ ଥିବା ଦୋକାନକୁ ଚାଲି ଯାଆନ୍ତୁ । ଆଉ ସବୁବେଳେ ରାସ୍ତା ବିଷୟରେ ଜାଣିବା ପାଇଁ ବା କୌଣସି ସାହାଯ୍ୟ ପାଇଁ ପୋଲିସର ବା ଟ୍ରାଫିକ ପୋଲିସର ସହାୟତା ନିଅନ୍ତୁ ।
  6. ସବୁବେଳେ ପୋଲିସ ହେଲ୍ପ ଲାଇନ ନମ୍ୱର ୧୦୦ ଡାଏଲ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । 
  7. ହାଇଦ୍ରାବାଦରେ ରହୁଥିବା ମହିଳାମାନଙ୍କ ପାଇଁ ହାୱାକ ଆୟ ନାମକ ମୋବାଇଲ ଆପର ସୁବିଧା ଯୋଗେଇ ଦିଆଯାଇଛି ।
  8. ଯଥା ସମ୍ଭବ ଚତାର ବ୍ୟବହାର କରନ୍ତୁ । ସେହି ଆପରେ ଆପଣ ନିଜର ଲୋକେସନ ସେୟାର କରି ପାରିବେ ।
  9. ଯଦି ଆପଣଙ୍କ ଆଖପାଖରେ କେହି ନାହାନ୍ତି ତେବେ ଆପଣ ଘର ଲୋକଙ୍କ ସହିତ କଥା ହେବା ପରି ଅଭିନୟ କରନ୍ତୁ ।
  10. ନିଜ ପାଖରେ ଯଦି କୌଣସି ଗାଡ଼ି ବା ଲୋକ ଅଛନ୍ତି ସେମାନଙ୍କ ବିଷୟରେ କିଛିଟା ଡିଟେଲ୍ସ ଘର ଲୋକ ସହିତ ସେୟାର କରନ୍ତୁ ।
  11. ସବୁବେଳେ କନଫିଡେଣ୍ଟ ରୁହନ୍ତୁ । ଆଉ ସାମ୍ନାରେ ଥିବା ଲୋକଙ୍କ ସହିତ ସାହସର ସହିତ ମୋଟା ଗଳାରେ ଉଚ୍ଚ ସ୍ୱରରେ କଥା ହୁଅନ୍ତୁ । 
  12. ଯଦି ଆପଣ ବିପଦରେ ଅଛନ୍ତି ତେବେ ପାଟି କରି ଲୋକଙ୍କୁ ଡାକନ୍ତୁ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ଦୌଡନ୍ତୁ ।
  13. ଲୋକାଲ ପୋଲିସକୁ ଲୋକାଲ ଗୁଣ୍ଡା ବିଷୟରେ ଅବଗତ କରାନ୍ତୁ ।
  14. ଭେରିଫିକେସନ ପାଇଁ ହ୍ୱାଟ୍ସଆପ ନମ୍ୱର 9490616555 ନମ୍ୱରକୁ ମଧ୍ୟ ଫଟୋ ପଠାଇ ପାରିବେ ।