ପୁଣି ଆଉ ଏକ ଲଜ୍ଜା, ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା
Advertisement

ପୁଣି ଆଉ ଏକ ଲଜ୍ଜା, ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା

ସୂଚନା ମୁତାବକ, ଗାଁରେ ଯାତ୍ରା ଚାଲୁଥିଲା । ସେହି ଯାତ୍ରା ଦେଖିବାକୁ ଯାଇ ଯୌନ ପିପାସୁ ଶୈତାନର ଶିକାର ହେଲା ଜଣେ ନାବାଳିକା । ଏକ ବଣୁଆ ସ୍ଥାନରେ ଦୁଷ୍କର୍ମ ଶିକାର ହୋଇଥିଲା ନିଷ୍ପାପ ନାବାଳିକା । 

ପୁଣି ଆଉ ଏକ ଲଜ୍ଜା, ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା

ସାଲେପୁର: ପୁଣି ଆଉ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି । କଟକର ନେମାଳ ଅଞ୍ଚଳରୁ ଆସିଛି ଏପରି ଲଜ୍ୟା ଜନକ ଘଟଣା ଘଟିଛି । ଦୁଷ୍କର୍ମ ଶିକାର ହୋଇଛି ଜଣେ ନାବାଳିକା । ଏବେ ପୋଲିସ୍ ଗିରଫରେ ସେହି ଦୁଷ୍କର୍ମକାରୀ ପିସାଚ । ଆଉ ସେହି ନର ରୂପି ରାକ୍ଷସଟି ଥିଲା ସେହି ଯାତ୍ରା ପାର୍ଟିର ଜଣେ କଳାକାର । ନାଚ ଶିଖାଇବାର ପ୍ରୋଲୋଭନ ଦେଖାଇ ନାବାଳିକାକୁ କରିଥିଲା ଶିକାର । 

ସୂଚନା ମୁତାବକ, ଗାଁରେ ଯାତ୍ରା ଚାଲୁଥିଲା । ସେହି ଯାତ୍ରା ଦେଖିବାକୁ ଯାଇ ଯୌନ ପିପାସୁ ଶୈତାନର ଶିକାର ହେଲା ଜଣେ ନାବାଳିକା । ଏକ ବଣୁଆ ସ୍ଥାନରେ ଦୁଷ୍କର୍ମ ଶିକାର ହୋଇଥିଲା ନିଷ୍ପାପ ନାବାଳିକା । ପାଷାଚର ପାଶବିକତାର ଶିକାରରେ ଅଚେତ ହେଲା ପରେ ଏହି ବଣ ବୁଦା ଭିତରେ ପକାଇ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲା । ସକାଳୁ ନାବାଳିକାର ଚେତା ଫେରିବା ପରେ ଗ୍ରାମବାସୀମାନେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ପରେ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଯାତ୍ରା ପାର୍ଟିର କଳାକାରମାନେ ଏହି ଘଟଣାରେ ସଂପୃକ୍ତ ଥିବା ପ୍ରଥମେ ସନ୍ଦେହ କରିଥିଲେ ନାବାଳିକାର ଦାଦା । ନାବଳିକାକୁ ନାଚ ଶିଖାଇବା ପ୍ରଲୋଭନ ଦେଖାଇ ତାକୁ ଭୁଲାଇ ଏଭଳି କାଣ୍ଡ ଘଟାଇଥିବା ସେ ପୋଲିସ୍ ମଧ୍ୟ ଜଣାଇଥିଲେ । ଆଉ ଝିଅର ଏଭଳି ଅବସ୍ଥା ଯେ କରିଛି ତାକୁ କୋଠରରୁ କୋଠର ଦଣ୍ଡ ଦେବାପାଇଁ ନିବେଦନ କରିଥିଲେ । ଖବର ପାଇ ସାଲେପୁର ଏସଡିପିଓ ମେଡିକାଲରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ପରେ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନାବାଳିକାକୁ ସ୍ତାନାନ୍ତର କରାଯାଇଥିଲା । ନାବାଳିକାଟିର ସ୍ୱାସ୍ଥ୍ୟବସ୍ଥା ଭଲଥିବା ସୂଚନା ଦେଇଛନ୍ତି ଡାକ୍ତର । 

ଏହି ଘଟଣାକୁ ନେଇ ଗାଁରେ ସୃଷ୍ଟି ହୋଇଥିଲା ଚାପା ଉତ୍ତେଜନା । ସଂପୃକ୍ତ ଯାତ୍ରା ପାର୍ଟିର କଳାକାରଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସକୁ ହସ୍ତାନ୍ତରିତ କରିଥଲେ । ପରବର୍ତ୍ତୀ ସମୟରେ ଘଟଣାର ସ୍ଥଳରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଡିସିନାଲ ଏସପି ପହଁଚିଥିଲେ । ନାବାଳିକାର ଦାଦାର ଓ ଗ୍ରାମର ପ୍ରତ୍ୟକ୍ଷଦର୍ଶିଙ୍କ ବୟାନ ଓ ପୋଲିସର ପ୍ରାଥମିକ ତଦନ୍ତକୁ ଆଧାର କରି ଅଭିଯୁକ୍ତ ଜମଙ୍କ ଯାତ୍ରା କଳାକାର ବୋଲି ଗ୍ରାମାଞ୍ଚଳ ଏସପି ସ୍ପଷ୍ଟ କରିଥିଲେ । ସଂପୃକ୍ତ ଯାତ୍ରା କଳାକାରକୁ ଗିରଫ କରିଥିଲା ପୋଲିସ । 

ଗିରଫ ସେହି ନରରୂପି ରାକ୍ଷସର ନାଁ ହେଲା ରମାକାନ୍ତ ସିଂହ । ଘର ତାହାର ବାଲେଶ୍ୱରର ସିମୁଳିଆ ଥାନାର ମଇତପୁର ଗାଁରେ । ସେ ସେହି ଯାତ୍ରା ପାର୍ଟିରେ ରେକର୍ଡ ଡ୍ୟାନ୍ସ ଶିଖାଇଥାଏ ।