ଛାତରୁ ଖସି ସିଧା ରିକ୍ସାରେ ପଡ଼ିଲା ଶିଶୁ, ଏ ଦୃଶ୍ୟ ଆପଣଙ୍କୁ କରିପାରେ ଚକିତ!
Advertisement

ଛାତରୁ ଖସି ସିଧା ରିକ୍ସାରେ ପଡ଼ିଲା ଶିଶୁ, ଏ ଦୃଶ୍ୟ ଆପଣଙ୍କୁ କରିପାରେ ଚକିତ!

କଥାରେ ଅଛି ରଖିଲେ ହରି ମାରିବ କିଏ ? ଆଉ ତାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଟିକମଗଡ଼ରେ...

Photos Courtesy: ANI

ଭୁବନେଶ୍ୱର: କଥାରେ ଅଛି ରଖିଲେ ହରି ମାରିବ କିଏ ? ତାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଟିକମଗଡ଼ରେ । ଟିକମଗଡ଼ର ଏକ କୋଠାରେ ଛୋଟ ଶୁଶିଟିଏ ଖେଳୁଥିବା ବେଳେ ଅନ୍ୟମନସ୍କ ହୋଇ କୋଠା ଉପରୁ ଖସି ପଡ଼ିଥିଲା । ଆଉ ଠିକ୍ ସେତିକିବେଳେ ଏକ ରିକ୍ସା ଘର ଆଗ ଦେଇ ଯାଉଥିଲା । ଛୋଟ ଶିଶୁଟି ଛାତ ଉପରୁ ତଳକୁ ଖସି ସିଧା ଯାଇ ରିକ୍ସାରେ ପଡିଥିଲା । ଏହି ଦୃଶ୍ୟ ଯେତିକି ଅବିଶ୍ୱସନୀୟ, ସେତିକି ଅଲୈକିକ ମଧ୍ୟ । 

ଶିଶୁର ବାପା ଆଶୀଷ ଜୈନଙ୍କ କହିବା ଅନୁସାରେ ତାଙ୍କ ପୁଅ କୋଠାର ଦ୍ୱିତୀୟ ଫ୍ଲୋରରେ ଖେଳୁଥିଲା ଆଉ ଅନ୍ୟମନସ୍କ ହୋଇ ତଳକୁ ପଡ଼ିଯାଇଥିଲା । ଆଉ ଭଗବାନଙ୍କ ଦୟାରୁ ସେହି ସମୟରେ ହିଁ ରିକ୍ସାଟି ଘର ଆଗ ଦେଇ ଯାଉଥିଲା । ତାଙ୍କ ପୁଅ ଆଜି କେବଳ ଭଗବାନଙ୍କ ଦୟାରୁ ବଞ୍ଚିଯାଇଥିବା କହିଛନ୍ତି ବାପା ଆଶୀଷ ଜୈନ ।

 

 
ଘର ବାହାରେ ଥିବା ସିସିଟିଭିରେ ଏହି ଅଲୈକିକ ଦୃଶ୍ୟ କଏଦ ହୋଇଛି । ଶିଶୁଟି ରିକ୍ସାର ପଛ ବାସକେଟରେ ଆସି ପଡ଼ିଯାଇଥିଲା । ତାପରେ ପାଖ ଲୋକ ଓ ପରିବାର ଲୋକେ ତଳକୁ ଆସି ଶିଶଟିକୁ ଡାକ୍ତରଖାନା ନେଇଯାଇଥିଲେ । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାପା ଆଶୀଷ କହିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆକୁ ଆସିବା ପରେ ଖୁବ ଭାଇରାଲ ହେଉଛି । ଭିଡିଓକୁ ୧୪ ହଜାର ଥର ଦେଖାଯାଇଥିବା ଜଣାପଡ଼ିଛି ।