ହଷ୍ଟେଲରେ ପ୍ରସବ କଲେ ଯୁକ୍ତ୨ ଛାତ୍ରୀ, ଗାଁ ପୁଅ ସହ ଥିଲା ସମ୍ପର୍କ

ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ପ୍ରସବ କରିଛନ୍ତି ଛାତ୍ରୀ । 

ହଷ୍ଟେଲରେ ପ୍ରସବ କଲେ ଯୁକ୍ତ୨ ଛାତ୍ରୀ, ଗାଁ ପୁଅ ସହ ଥିଲା ସମ୍ପର୍କ
Dantewada Collector

ନୂଆଦିଲ୍ଲୀ: ଛାତ୍ରୀ ଗର୍ଭବତୀ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଜୀବନ ବିଷୟରେ ବୁଝିବା ପୂର୍ବରୁ ଆଉ ଜଣଙ୍କ ବୋଝ ମୁଣ୍ଡରେ ବହୁଛି ଏ ଦେଶର ଭବିଷ୍ୟତ । ଛତିଶଗଡ଼ରୁ ପୁଣି ଏଭଳି ଏକ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଜଣେ ଯୁକ୍ତି ୨ ଶ୍ରେଣୀର ଛାତ୍ରୀ ସ୍କୁଲ ହଷ୍ଟେଲରେ ପ୍ରସବ କରିଛନ୍ତି । 

ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ପ୍ରସବ କରିଛନ୍ତି ଛାତ୍ରୀ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଛାତ୍ରୀ ଜଣକ ତାଙ୍କ ଗାଁର ଜଣେ ପୁଅକୁ ଭଲ ପାଉଥିଲେ । ଉଭୟଙ୍କ ମଧ୍ୟରେ ୨ ବର୍ଷ ହେଲା ସମ୍ପର୍କ ମଧ୍ୟ ଥିଲା । ତେବେ ଘଟଣାକୁ ନେଇ ହଷ୍ଟେଲ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରାଯାଇଛି । ଏନେଇ ଦନ୍ତେୱାଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ସେହିପରି ଛାତ୍ରୀଙ୍କ ପରିବାର ଲୋକଙ୍କୁ ନବଜାତକୁ ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ହଷ୍ଟେଲରେ କିପରିଏହି ବିଷୟରେ କେହି କିଛି ଜାଣି ପାରିଲେ ନାହିଁ, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଆହୁରି ପଢ଼ନ୍ତୁ; କିସ୍ କିସ୍ କୋ ପ୍ୟାର କରୁଁ...