close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାମାନ୍ୟ କମିଲା ପ୍ରଦୂଷଣ, ଏବେବି ଝାପସା ଦିଶୁଛି ଦିଲ୍ଲୀ

ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ନିୟନ୍ତ୍ରଣକୁ ଆସୁଛି ଦିଲ୍ଲୀ ପ୍ରଦୂଷଣ । ବେଶ କିଛି ଦିନ ହେଲା ଅଣନିଶ୍ୱାସୀ ହୋଇ ପଡିଥିଲା ଦେଶର ରାଜଧାନୀ । ଆଉ ଏବେ ପ୍ରଦୂଷଣର ମାତ୍ର କିଛିମାତ୍ରାରେ କମିଛି । ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । 

ସାମାନ୍ୟ କମିଲା ପ୍ରଦୂଷଣ, ଏବେବି ଝାପସା ଦିଶୁଛି ଦିଲ୍ଲୀ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ନିୟନ୍ତ୍ରଣକୁ ଆସୁଛି ଦିଲ୍ଲୀ ପ୍ରଦୂଷଣ । ବେଶ କିଛି ଦିନ ହେଲା ଅଣନିଶ୍ୱାସୀ ହୋଇ ପଡିଥିଲା ଦେଶର ରାଜଧାନୀ । ଆଉ ଏବେ ପ୍ରଦୂଷଣର ମାତ୍ର କିଛିମାତ୍ରାରେ କମିଛି । ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ତଥାପି ବି ଆଣ୍ଟି-ପଲ୍ୟୁସନ ମାକ୍ସ ପିନ୍ଧି ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି । 

ଆଜି ଲୋଧି ରୋଡରେ ବାୟୁର ଗୁଣବତ୍ତା ରହିଛି ୨୭୯ । ଯଦିଓ ଏବେବି ଦିଲ୍ଲୀ ଝାପସା ଦିଶୁଛି, ତଥାପି ବି ପୂର୍ବାପେକ୍ଷା ପ୍ରଦୂଷଣ କମିଛି । କିଛି ଦିନ ପୂର୍ବରୁ ରାଜଧାନୀରେ ଏକ୍ୟୁଆଇ ୧୨ଶହ ପାର କରିଥିଲା । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ବଡ ଚ୍ୟାଲେଞ୍ଜ ହୋଇଥିଲା । ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ କରିଥିଲେ ଦିଲ୍ଲୀ ସରକାର । 

ପ୍ରଦୂଷଣର ମୁଖ୍ୟ କାରଣ ଭାବରେ ପରାଲୀ ପୋଡିକୁ ଦାୟୀ କରାଯାଉଛି । ଆଉ ଏଥିପାଇଁ ଦୁଇ ପଡୋଶୀ ରାଜ୍ୟକୁ ଏହା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହରିୟାଣା ଓ ପଞ୍ଜାବ ସରକାର ମଧ୍ୟ ଏ ଦିଗରେ କାମ କରୁଛନ୍ତି । ଆଗକୁ ଦିଲ୍ଲୀ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ପ୍ରଦୂଷଣକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ଦିଗରେ କାମ କରିବାକୁ ପଡିବ । 

ଗତ ୪ ତାରିଖରୁ ଦିଲ୍ଲୀରେ ପୁଣି ଆରମ୍ଭ ହୋଇଛି ଅଡ-ଇଭେନ ଫର୍ମୁଲା । ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ଆସନ୍ତା ୧୫ ତାରିଖ ଯାଏଁ ଏହି ନିୟମ ଲାଗୁ ହେବ । ଏବେ ଦିଲ୍ଲୀରେ ଅଧା ଗାଡି ଗଡୁଛି, ଆଉ ଅଧା ବସିରହିଛି । ନିୟମ ଅମାନ୍ୟ କଲେ ୪ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡୁଛି । ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀକାଳୀନ ସେବା ପାଇଁ ନିୟମକୁ କୋହଳ କରାଯାଇଛି ।