ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କର୍ଡନ ଭିତରକୁ ପଶିଆସିଲେ ଯୁବକ । ଆଜି ସଂସଦ ନିକଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୁରକ୍ଷାକର୍ମୀ ତୁରନ୍ତ ଯୁବକଙ୍କୁ କାବୁ କରି ନେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଯୁବକ ଜଣକ ଏଭଳି ପାଗଳାମି କରିଥିବା ଜଣାପଡିଥିଲା ।
ମୋତେ ମୋଦିଙ୍କ ପାଖକୁ ନିଅ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହେଁ । ଏଭଳି କିଛି କହି କର୍ଡନ ସାମନାକୁ ଚାଲି ଆସୁଥିଲେ ଯୁବକ ଜଣକ । କେଇ ସମୟ ପାଇଁ ସୁରକ୍ଷାକର୍ମୀ ମଧ୍ୟ କିଛି ଭାବି ପାରିନଥିଲେ । ତୁରନ୍ତ ଯୁବକଙ୍କୁ କାବୁ କରିଥିଲେ । ପରେ ଜଣା ପଡିଥିଲା, ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ସେ ଏପରି ପାଗଳାମି କରୁଛନ୍ତି । ଏବେ ପୋଲିସ ଯୁବକଙ୍କୁ ନିଜ ହେପାଜକୁ ନେଇଛି ।
Delhi: A man came in front of Defence Minister Rajnath Singh's convoy near Parliament, today. He claimed that he wanted to meet Prime Minister Narendra Modi. He was later detained by the police. pic.twitter.com/u2U24V2Ban
— ANI (@ANI) December 3, 2019
ଆହୁରି ପଢନ୍ତୁ; ମହିଳାଙ୍କ ସୁରକ୍ଷା ଚିନ୍ତା: ପୋଲିସ ଗାଡିରେ ବସାଇବ, ଘରେ ନେଇ ଛାଡିବ