• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ପ୍ରଥମାଷ୍ଟମୀ ଦିନର ନିଆରା ଦୃଶ୍ୟ, ନିଜ ସନ୍ତାନ ପରିବର୍ତ୍ତେ ଗଛକୁ କଲେ ପଢ଼ୁଆଁ

ଘନଶ୍ୟାମ ପ୍ରଥମାଷ୍ଟମୀରେ ଘରେ ପୂଜାର୍ଚ୍ଚନା ସାରି ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ କପଡ଼ା ଧରି ବାହାରିଥିଲେ ଗଛକୁ ପଢୁଆଁ କରିବା ପାଇଁ । ତାଙ୍କ ସହ ଥିଲେ ପରିବାରର ସଦସ୍ୟ ଓ ଗ୍ରାମବାସୀ । ରାସ୍ତାଘାଟ ସବୁଠି ସେ ଗଛରେ ଚନ୍ଦନ,ସିନ୍ଦୁର ଲଗାଇ,ଫୁଲ ଦେଇ, ନୂଆକନା ପିନ୍ଧାଇ ପଢୁଆଁ କରିଥିଲେ ।

ପ୍ରଥମାଷ୍ଟମୀ ଦିନର ନିଆରା ଦୃଶ୍ୟ, ନିଜ ସନ୍ତାନ ପରିବର୍ତ୍ତେ ଗଛକୁ କଲେ ପଢ଼ୁଆଁ

କେନ୍ଦୁଝର: ନିକଟ ଅତୀତରେ ଧୁମଧାମରେ ପାଳନ କରାଯାଇଛି ପ୍ରଥମାଷ୍ଟମୀ । ଘରର ବଡ଼ ପୁଅ ବା ଝିଅଙ୍କୁ ଏହି ଦିନ ପଢ଼ୁଆଁ କରାଯାଇଥାଏ । କିନ୍ତୁ ଏପରି ସ୍ଥାନ ରହିଛି ଯେଉଁଠି ଗଛକୁ ପଢ଼ୁଆଁ କରାଯାଏ । ଆଜ୍ଞା ହଁ, କେନ୍ଦୁଝର ଘସିପୁରା ବ୍ଲକର ଅଳତୀ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ଅଛନ୍ତି ଏମିତି ଜଣେ ନିଆରା ମଣିଷ, ଯିଏ ପ୍ରଥମାଷ୍ଟାମୀରେ ଗଛକୁ ପୂଜା କରିଛନ୍ତି । ତାଙ୍କ ନାଁ ହେଉଛି ଘନଶ୍ୟାମ ସାହୁ ।

ଘନଶ୍ୟାମ ପ୍ରଥମାଷ୍ଟମୀରେ ଘରେ ପୂଜାର୍ଚ୍ଚନା ସାରି ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ କପଡ଼ା ଧରି ବାହାରିଥିଲେ ଗଛକୁ ପଢୁଆଁ କରିବା ପାଇଁ । ତାଙ୍କ ସହ ଥିଲେ ପରିବାରର ସଦସ୍ୟ ଓ ଗ୍ରାମବାସୀ । ରାସ୍ତାଘାଟ ସବୁଠି ସେ ଗଛରେ ଚନ୍ଦନ,ସିନ୍ଦୁର ଲଗାଇ,ଫୁଲ ଦେଇ, ନୂଆକନା ପିନ୍ଧାଇ ପଢୁଆଁ କରିଥିଲେ । ଅତି ଆଦରରେ ଗଛ ମୂଳରେ କ୍ଷୀର ମଧ୍ୟ ଢାଳିଥିଲେ । ଗଛ ପ୍ରତି ଥିବା ତାଙ୍କର ଯତ୍ନ ଓ ଆଦର କାରଣରୁ ଆଖପାଖରେ ସେ ଗଛ ମଣିଷ ଭାବେ ବେଶ ପରିଚିତ ।

୧୯୭୮ ମସିହାରେ ଘଟିଥିବା ପୁରୁଣାବାନ୍ଧଗୋଡା ଘୂର୍ଣ୍ଣିବାତ୍ୟାରେ ସମଗ୍ର ଅଞ୍ଚଳ ବୃକ୍ଷ ଶୂନ୍ୟ ହୋଇଯାଇଥିଲା । ଏଥିରେ ପ୍ରଭାବିତ ହୋଇଥିଲେ ଘନଶ୍ୟାମ । ସେହି ସମୟ ଠାରୁ ସେ ଗଛ ଲଗାଇବା ଆରମ୍ଭ କରିଥିଲେ । ରାସ୍ତାକଡ, ପୋଖରୀ ତୁଠ, ଗାଁଦାଣ୍ଡ, ସ୍କୁଲ ପରିସର ଚାରିଆଡ଼େ ସେ ଗଛ ଲଗାଇଛନ୍ତି । ଜନ ସଚେତନତା ପାଇଁ ପ୍ରତିବର୍ଷ ସେ ଗଛ ବାହାଘର ଆୟୋଜନ କରିଥାନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ । ବୟସର ଅପରାହ୍ନରେ ଏବେ ମଧ୍ୟ ନିଜ ପ୍ରଚେଷ୍ଟାରେ ସେ ଗଛ ଲଗାଇବା ସହ ଗଛର ଯତ୍ନ ନେବାରେ ଲାଗିଛନ୍ତି ।