ଆର୍ଥିକ ମାନ୍ଦାବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ, ଚାଲିଛି ପ୍ରସ୍ତୁତି ବୈଠକ

ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମୋଦି ସରକାରଙ୍କ ବିରୋଧରେ ହମଲା କରିବ ଦଳ । ଦେଶବ୍ୟାପୀ ହେବ ଆନ୍ଦୋଳନ । ଏନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ସମସ୍ତ ପିସିସି ସଭାପତି ଏବଂ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇପାରେ । 

ଆର୍ଥିକ ମାନ୍ଦାବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ, ଚାଲିଛି ପ୍ରସ୍ତୁତି ବୈଠକ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମୋଦି ସରକାରଙ୍କ ବିରୋଧରେ ହମଲା କରିବ ଦଳ । ଦେଶବ୍ୟାପୀ ହେବ ଆନ୍ଦୋଳନ । ଏନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ସମସ୍ତ ପିସିସି ସଭାପତି ଏବଂ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇପାରେ । 

ସମସ୍ତ ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା । ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ବୈଠକ । ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପିସିସି ସଭାପତି ଓ ପ୍ରଭାରୀ ସାମିଲ ହୋଇଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଜିର ବୈଠକରେ ଉପସ୍ଥିତ ରହିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ସରକାରକୁ ଘେରିବା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । 

ସାଧାରଣ ନିର୍ବାଚନ ପରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ କରି ବିକ୍ଷୋଭ କରିବ କଂଗ୍ରେସ । ଆଉ ଏଥିପାଇଁ ପ୍ରସ୍ତୁତି ଚାଲିଛି । ପୂର୍ବରୁ ନଭେମ୍ବର ୫ରୁ ୧୫ତାରିଖ ମଧ୍ୟରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଆଗକୁ ଶୀତ ଅଧିବେଶନ ଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗକୁ ଆହୁରି ଶାଣିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜିର ବୈଠକରେ ରାଜ୍ୟ କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇପାରେ । ବର୍ତ୍ତମାନ ପିସିସି ସଭାପତି ପରିବର୍ତ୍ତନ ଦାବି ନେଇ ଯେଉଁ ପ୍ରକାର ଅନ୍ତଃକନ୍ଦଳ ଲାଗିରହିଛି, ତାକୁ ନେଇ ଦଳୀୟ ହାଇକମାଣ୍ଡ କିଛି ନିଷ୍ପତ୍ତି ନେଇପାରନ୍ତି । ଓଡିଶାରେ ଦଳ  ଯେମିତି ମଜଭୁତ ହେବ, ସେଥିପାଇଁ କିଛି ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇପାରେ । 

ଆହୁରି ବି ପଢନ୍ତୁ; ପାକ୍ ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ: ସରିଫଙ୍କୁ ବିଦେଶ ନ ଛାଡିବା ପାଇଁ କ'ଣ ତୁମକୁ ଭୋଟ ଦିଆଯାଇଥିଲା ?