)
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଞ୍ଜାବର ହୋଶିଆରପୁର ଜିଲ୍ଲାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ତେବେ ପାଇଲଟ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି ।
One Mig-29 aircraft airborne on a training mission from an Air Force base near Jalandhar met with an accident. The aircraft had developed a technical snag&the pilot ejected safely as he was unable to control the aircraft. A Court of Inquiry has been ordered:Indian Air Force (IAF) pic.twitter.com/EPwKNoqtbn
— ANI (@ANI) May 8, 2020
ଯାହା ଜଣାପଡ଼ିଛି, ଜଳନ୍ଧର ନିକଟ ବାୟୁସେନା ବେସରୁ ଏକ ଟ୍ରେନିଂ ମିଶନରେ ବିମାନଟା ବାହାରିଥିଲା । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କୁହାଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।