• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ମାଓ ଚିନ୍ତାଧାରାରେ ଉବୁଟୁବୁ ଦମ୍ପତି ! ଜେଲରୁ ବାହାରିଲେ, ପୁଣି ମାତିଲେ...

ବେଲରେ ଗଲେ, ହେଲେ ଛାଡିଲେନି ଲକ୍ସଲ କାର୍ଯ୍ୟକଳାପ । ଜାରି ରହିଥିଲା କ୍ରାନ୍ତିକାରୀ ଲଢେଇ । ଶେଷରେ ପୁଣି ଥରେ ପୋଲିସ ହାତରେ ଧରା ପଡିଲେ ନକ୍ସଲ ଦମ୍ପତି । ତାଙ୍କଠାରୁ ନକ୍ସଲ ପୁସ୍ତକ, ଲାପଟପ, ପେନ୍ ଡ୍ରାଇଭ ଇତ୍ୟାଦି ଜବତ କରିଛି ପୋଲିସ । 

ମାଓ ଚିନ୍ତାଧାରାରେ ଉବୁଟୁବୁ ଦମ୍ପତି ! ଜେଲରୁ ବାହାରିଲେ, ପୁଣି ମାତିଲେ...
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବେଲରେ ଗଲେ, ହେଲେ ଛାଡିଲେନି ଲକ୍ସଲ କାର୍ଯ୍ୟକଳାପ । ଜାରି ରହିଥିଲା କ୍ରାନ୍ତିକାରୀ ଲଢେଇ । ଶେଷରେ ପୁଣି ଥରେ ପୋଲିସ ହାତରେ ଧରା ପଡିଲେ ନକ୍ସଲ ଦମ୍ପତି । ତାଙ୍କଠାରୁ ନକ୍ସଲ ପୁସ୍ତକ, ଲାପଟପ, ପେନ୍ ଡ୍ରାଇଭ ଇତ୍ୟାଦି ଜବତ କରିଛି ପୋଲିସ । 

ଗତକାଲି ତେଲେଙ୍ଗାନା ପୋଲିସ ଏହି ନକ୍ସଲ ଦମ୍ପତିଙ୍କୁ ଗିରଫ କରିଥିଲେ । ଏମାନେ ହେଲେ ସ୍ୱାମୀ ନରାଲା ରବି ଶର୍ମା ଏବଂ ତାଙ୍କ ସ୍ତ୍ରୀ ବେଲାପୁ ଅନୁରାଧା । ଏମାନଙ୍କ ପାଖରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ପୂର୍ବରୁ ଏହି ଦମ୍ପତି ଗିରଫ ହୋଇ ଜେଲରେ ଥିଲେ । ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ବେଲ ମିଳିଥିଲା । ହେଲେ ଜେଲରୁ ବାହାରିବା ପରେ ମଧ୍ୟ ନକ୍ସଲ ଚିନ୍ତାଧାରାରେ ଉବୁଟୁବୁ ହୋଇଥିଲେ । 

ଏପଟେ ଏମାନଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିଲା ତେଲେଙ୍ଗାନା ପୋଲିସ । ଆଉ ପୁଣିଥରେ ଏମାନେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ଶେଷରେ ପୁଣିଥରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଛି । ଏବେ ତଦନ୍ତ ଚାଲିଛି । ଏହି ଦମ୍ପତିଙ୍କ ପାଖରୁ ନକ୍ସଲଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।