ବିଧାନସଭା ସମ୍ମୁଖରେ ଗାଁ ସାଥୀ ସଂଘର ଜଣେ ଆନ୍ଦୋଳନକାରୀଙ୍କ ଆତ୍ମହତ୍ୟା ଉଦ୍ୟମ
Advertisement

ବିଧାନସଭା ସମ୍ମୁଖରେ ଗାଁ ସାଥୀ ସଂଘର ଜଣେ ଆନ୍ଦୋଳନକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ମିଲିଥିବା ସୁଚନା ଅନୁସାରେ, ଆନ୍ଦୋଳନକାରୀ ଯୁବକଙ୍କ ନାମ ହେଉଛି ମଧୁ ଛତ୍ରିଆ । ତାଙ୍କ ବୟସ ପ୍ରାୟ ୩୫ ହେବ । ସେ ବଲାଙ୍ଗୀର ଖୁଜେନପାଲ୍ଲୀ ପଞ୍ଚାୟତର  ପଣ୍ଡରପିଟା ଗାଁରେ ଅଧିବାସୀ । 

ଫାଇଲ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆନ୍ଦୋଳନ ବେଳେ ଅଭାବନୀୟ କାଣ୍ଡ । ଗଛ ଉପରେ ଚଢି ଯାଇଥିଲେ ଗାଁ ସାଥୀ ସଂଘର ଜଣେ ଆନ୍ଦୋଳନକାରୀ । କେବଳ ସେତିକି ନୁହେଁ ଗଛ ତଳକୁ ଡେଇଁ ପଡି ଆତ୍ମହତ୍ୟା ଧମକ ଦେଲେ ଆନ୍ଦୋଳନକାରୀ । ଉଦ୍ଧାର କରିବାକୁ ଯାଇ ଫାୟାର ଡିପାର୍ଟମେଣ୍ଟ ନାକେଦମ ହୋଇଛି । ଗଛରେ ସିଡି ଓ ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ମେସିନ୍ ଲଗାଇ ଦୀର୍ଘ ଅଧ ଘଣ୍ଟାର ପରିଶ୍ରମ ପରେ ଆନ୍ଦୋଳନକାରୀଙ୍କୁ ଉଦ୍ଧାର କରାଗଲା ।

ମିଲିଥିବା ସୁଚନା ଅନୁସାରେ, ଆନ୍ଦୋଳନକାରୀ ଯୁବକଙ୍କ ନାମ ହେଉଛି ମଧୁ ଛତ୍ରିଆ । ତାଙ୍କ ବୟସ ପ୍ରାୟ ୩୫ ହେବ । ସେ ବଲାଙ୍ଗୀର ଖୁଜେନପାଲ୍ଲୀ ପଞ୍ଚାୟତର  ପଣ୍ଡରପିଟା ଗାଁରେ ଅଧିବାସୀ । ଗାଁ ସାଥୀ ନଭେମ୍ୱର 4ରୁ ବିଧାନ ସଭା ଆଗରେ ଧାରଣାରେ ବସିଛନ୍ତି । ମାସିକ 6 ଜହାର ଟଙ୍କା ଦାବି କରି ସଂଘ ଆନ୍ଦୋଳନ ଚଳାଇଛି । ହେଲେ କିଛି ଫଲ ନ ମିଳିବାରୁ , ଆଜି ଧାରଣା ଜୋରଦାର ହୋଇଥିଲା ।

ଏହି ସମୟରେ ମାନସିକ ସନ୍ତୁଳନ ହରାଇ ବିଧାନସଭା ଓ ଲୋକସେବା ଭବନ ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ଏହି ଆନ୍ଦୋଳନକାରୀ । କୌଣସି ବାଟ ନ ପାଇ ସେ ଗଛ ଉପରେ ଚଢି ଯାଇଥିଲେ । ସେଠାରେ ବେକରେ ଗାମୁଛା ବାନ୍ଧି ଗଛ ଅଗରେ ଝୁଲିବେ ପାଇଁ ନିଷ୍ପତ୍ତି ନେଲେ । ଏହା ଦେଖିବା ପରେ ଉପସ୍ଥିତ ଥିବା ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।