• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଆପ ସପକ୍ଷରେ ୬୦ ପ୍ରତିଶତ ମୁସଲିମ ଭୋଟ: ସର୍ଭେ

ଜାତିଗତ ରାଜନୀତି ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ

 ଆପ ସପକ୍ଷରେ ୬୦ ପ୍ରତିଶତ ମୁସଲିମ ଭୋଟ: ସର୍ଭେ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି । ସିଲ ହୋଇଛି ୬୭୨ ଆଶାୟୀଙ୍କ ଭାଗ୍ୟ । ତେବେ ବାହୁଡ଼ା ମତ ଅନୁଯାୟୀ ଆମ ଆଦମୀ ସପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀବାସୀ ବହୁମତରେ ଆପକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ଭୋଟରଙ୍କ ମୁଡ଼ରେ ମଧ୍ୟ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି । ଜାତିଗତ ରାଜନୀତି ପରିବର୍ତ୍ତେ ବିକାଶର ମୁଦ୍ଦାକୁ ଲୋକମାନେ ଜବରଦସ୍ତ ସମର୍ଥନ କରିଥିବା ବାହୁଡ଼ା ମତରେ ପ୍ରକାଶ ପାଇଛି । 

ଅଧିକ ପଢନ୍ତୁ: ବିକାଶ ଆଗରେ 'ଜାତିବାଦ' ରାଜନୀତି ଫେଲ୍ !

ସେପଟେ ଜାତିଗତ ରାଜନୀତି କାରଣରୁ କ୍ଷତିରେ ରହିଛି ବିଜେପି । ଦିଲ୍ଲୀର ମୁସଲମାନ ସମ୍ପ୍ରଦାୟମାନେ ଆପକୁ ଅଧିକ ପସନ୍ଦ କରିଥିବା ଜଣାପଡ଼ିଛି । ବିଜେପି ଓ କଂଗ୍ରେସର ପରମ୍ପରାଗତ ଭୋଟର ମଧ୍ୟ ସେମାନଙ୍କର ପସନ୍ଦରେ ପରିବର୍ତ୍ତନ ଆଣିଥିବା ବେଳେ ଆପକୁ ସପକ୍ଷରେ ନିଜର ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି । 

ଆଇଏଏନଏସ-ସିଭୋଟର ବାହୁଡ଼ା ମତ ଅନୁଯାୟୀ ମୁସଲିମ ସମ୍ପ୍ରଦାୟର ମୋଟ ୬୦ ପ୍ରତିଶତ ମତଦାତା ଆପ ସପକ୍ଷରେ ଦେଇଥିବା ଜଣାପଡ଼ିଛି । ଯାହା ବିଜେପି ଓ କଂଗ୍ରେସକୁ ମିଳିଥିବା ଭୋଟର ପ୍ରାୟ ଦୁଇଗୁଣା । ଏକ ଅନୁଧ୍ୟାନରେ ଦିଲ୍ଲୀର ସମସ୍ତ ବିଧାନସଭା ଆସନରେ ପ୍ରାୟ ୧୧୮୩୯ ଜଣ ମୁସଲିମ ଭୋଟର ନିଜର ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ । 

ଅଧିକ ପଢନ୍ତୁ: ପରାଜୟ ମାନିନେଲା ବିଜେପି !

ମୁସଲିମଙ୍କୁ ପଚରାଯାଇଥିବା କିଛି ପ୍ରଶ୍ନର ଉତ୍ତରକୁ ଆଧାର କରି ଏହି ସର୍ବେକ୍ଷଣ କରାଯାଇଥିଲା । ଉକ୍ତ ସର୍ବେକ୍ଷଣ ଅନୁଯାୟୀ ୬୦ ପ୍ରତିଶତ ମୁସଲିମ ଆପ ସପକ୍ଷରେ ଭୋଟ ଦେଇଥିବା ଜଣାପଡ଼ିଛି । ସେହିପରି ୧୮ ।୯ ପ୍ରତିଶତ ମତଦାତା ବିଜେପି ସପକ୍ଷରେ ଓ ୧୪ ।୫ ପ୍ରତିଶତ କଂଗ୍ରେସ ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି ।