close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗାନ୍ଧୀଙ୍କ ଉପରେ ଭିଡିଓ ସେୟାର କଲେ ଆମିର, କହିଲେ...

ଆମିର ଖାନ ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଭିଡିଓ କରିଛନ୍ତି । ଯେଉଁ ଭିଡିଓରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ମାର୍ଗ ଉପରେ ଆଲୋକପାତ ହୋଇଛି ।

ଗାନ୍ଧୀଙ୍କ ଉପରେ ଭିଡିଓ ସେୟାର କଲେ ଆମିର, କହିଲେ...
aamir khan share video on mahatma gandhi

ନୂଆଦିଲ୍ଲୀ: ଦେଶ ପ୍ରତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ।  ଅହିଂସା ମାଧ୍ୟମରେ ଆମକୁ ସ୍ୱାଧିନତା ଦେଇଥିଲେ ମହାତ୍ମା ଗାନ୍ଧୀ । ଦେଶର ବିକାଶ ପାଇଁ ବହୁ ସ୍ୱପ୍ନ ଦେଖିଥିଲେ ମହାତ୍ମା । ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଖୁବ ଧୁମଧାମରେ ପାଳନ କରାଯାଇଛି । ଆଉ ଏହି ଅବସରରେ ଦେଶର ସାଧାରଣ ଜନତାଙ୍କ ସହ ବଲିଉଡ କଳାକାର ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ଲୋକପ୍ରିୟ ବଲିଉଡ କଳାକାର ଆମିର ଖାନ । 

ଆମିର ଖାନ ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଭିଡିଓ କରିଛନ୍ତି । ଯେଉଁ ଭିଡିଓରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ମାର୍ଗ ଉପରେ ଆଲୋକପାତ ହୋଇଛି । ଏହି ଭିଡିଓରେ ଆମିରଙ୍କ ସହ ସଲମାନ, ସାହାରୁଖ, ସୋନମ କପୁର, ଆଲିଆ ଭଟ୍ଟ ପ୍ରମୁଖ ନଜର ଆସିଛନ୍ତି । ଏହି ଭିଡିଓ ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲେ ହେଉଛି ।

ଭିଡିଓରେ ଆମିର କହିଛନ୍ତି, ମୁଁ ହିଂସାକୁ ବିରୋଧ କରେ । କାହିଁକିନା ହିଂସା ମାଧ୍ୟମରେ ହେଉଥିବା ସମାଧାନ କ୍ଷଣସ୍ଥାୟୀ । ଆମିରଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ ବାପୁଙ୍କ ସନ୍ଦେଶ ଉପରେ ଆଲୋକପାତ କରୁଛନ୍ତି । ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ସଲମାନ ଲେଖିଛନ୍ତି, ମହାତ୍ମା କେଉଁ ଜିନିଷ ଉପରେ ସବୁବେଳେ ଛିଡା ହେଉଥିଲେ ଚାଲ ମନେ ପକାଇବା । ତାଙ୍କର ଲେଖା, ତାଙ୍କର ବିଚାର, ତାଙ୍କ ପୁସ୍ତକ ଏବଂ ତାଙ୍କ ଜୀବନଶୈଳୀକୁ ପୁଣିଥରେ ଜାଣିବା । 

ଆମିର ଶେଷଥର ପାଇଁ ବଲିଉଡ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ଥାନରେ ନଜର ଆସିଥିଲେ । ଏହି ଚଳଚିତ୍ରରେ ଆମିରଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଥିଲେ । ଏବେ ଆମିର ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂହ ଚଢା ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଆମିରଙ୍କ ସହ ଅଭିନେତ୍ରୀ କରୀନା କପୂର ମଧ୍ୟ ନଜର ଆସିବେ ।  

କହିରଖୁଛୁ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବଲିଉଡ କଳାକାରଙ୍କ ସହ ସାକ୍ଷାତ କରିଥିଲେ । ଗାନ୍ଧୀ ଏବଂ ଗାନ୍ଧୀବାଦ ସମ୍ପର୍କିତ ଫିଲ୍ମ କରିବା ପାଇଁ ବଲିଉଡ କଳାକାରଙ୍କୁ ଅପିଲ କରିଥିଲେ ମୋଦି ।