• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ଆମେରିକା ସେନା ହାତରେ ଆତଙ୍କର ସରଗନା ବାଗଦାଦି ନିହତ

ଆମେରିକା ସେନା ହାତରେ ନିହତ ହେଲେ ଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି । ରବିବାର ଯାହାର ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଛନ୍ତି । ବାଗଦାଦି ସୁରଙ୍ଗରେ ଲୁଚି ଥିଲା କିନ୍ତୁ ଆମେରିକା ସେନାର ଆକ୍ରମଣରେ ନିହତ ହୋଇଛି । ବାଗଦାଦିଙ୍କ ସହ ତାଙ୍କର ୩ ସନ୍ତାନ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି । 

ଆମେରିକା ସେନା ହାତରେ ଆତଙ୍କର ସରଗନା ବାଗଦାଦି ନିହତ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆମେରିକା ସେନା ହାତରେ ନିହତ ହେଲେ ଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି । ରବିବାର ଯାହାର ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଛନ୍ତି । ବାଗଦାଦି ସୁରଙ୍ଗରେ ଲୁଚି ଥିଲା କିନ୍ତୁ ଆମେରିକା ସେନାର ଆକ୍ରମଣରେ ନିହତ ହୋଇଛି । ବାଗଦାଦିଙ୍କ ସହ ତାଙ୍କର ୩ ସନ୍ତାନ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି । 

ଟ୍ରମ୍ପ କହିଛନ୍ତି ଯେ, ସେ ଏକ କାପୁରୁଷ ପରି ମରିଛି । ବର୍ତ୍ତମାନ ଦୁନିଆ ଅଧିକ ସୁରକ୍ଷିତ ହୋଇଯିବ । ଗଡ ବ୍ଲେସ ଆମେରିକା । ଅବୁ ବକର ଅଲ ବଗଦାଦିଙ୍କ ନିପାତ ହୋଇଛି । ସେ କାନ୍ଦୁଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ସେ ସୁରଙ୍ଗରୁ ପଳାୟନ କରିବାକୁ ଚେଷ୍ଟା ମଧ୍ୟ କରିଥଲେ କିନ୍ତୁ ସେଠାରେ ତାକୁ ନିପାତ କରି ଦିଆଯାଇଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବାଗଦାଦି ନିଜ ଛୁଅଙ୍କ ସହ ସୁରଙ୍ଗ ମାଧ୍ୟମରେ ପଳାୟନ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ସେ ଏଥିରେ ସଫଳ ହୋଇପାରି ନଥିଲା । ଶେଷରେ ସେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଛୁଆ ସହ ମରିଯାଇଛି ।

ଟ୍ରମ୍ପଙ୍କ ଅନୁସାରେ, ବାଗଦାଦି ଜଣେ ରୋଗାଗ୍ରସ୍ତ ଓ ଖରାପ ବ୍ୟକ୍ତି ଥିଲା । ସେ କ୍ରୁର ଓ ନିଷ୍ଠୁର ଥିଲା କିନ୍ତୁ ବର୍ତ୍ତମାନ ଏହାର ବିନାଶ ହୋଇ ସାରିଛି । ଟ୍ରମ୍ପ ଋଷିଆ, ତୁର୍କୀ, ସିରିଆ, ଇରାକ ଓ ସିରିଆର କୁର୍ଦୋଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ନିଜ ଦେଶର ଗୁଇନ୍ଦା ସଂସ୍ଥା ଓ ସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।