ଏମିତି ବି ଆସେ ମୃତ୍ୟୁ; ଜନ୍ମ ଦିନ ହେଲା ଜୀବନର ଶେଷ ଦିନ
Advertisement

ଏମିତି ବି ଆସେ ମୃତ୍ୟୁ; ଜନ୍ମ ଦିନ ହେଲା ଜୀବନର ଶେଷ ଦିନ

 ୫ ବର୍ଷ ବୟସର ଶୁଭମ ହୋଇଥିଲା ବେଳେ ସେତେବେଳେ ବାପା ଆରପରିକୁ ଚାଲିଯାଇଥିଲେ ।

ଏମିତି ବି ଆସେ ମୃତ୍ୟୁ; ଜନ୍ମ ଦିନ ହେଲା ଜୀବନର ଶେଷ ଦିନ

ରଘୁନାଥ ସାହୁ, ଅନୁଗୁଳ: ଘରେ ପୁଅଟିଏ ଜନ୍ମ ହେଲେ ବାପା ମା ସମେତ ସମ୍ପର୍କୀୟ ସାହି ପଡ଼ିଶାରେ ଖୁସିରେ ନାଚି ଉଠନ୍ତି । ପୁଅ ବଡ଼ ହେଲେ ପରିଣତ ବୟସରେ ସେବା ଶୁଶ୍ରୁଷା କରିବ, କେତେ ଆଶା  ଆଉ କେତେ ସ୍ୱପ୍ନ ଦେଖନ୍ତି ବାପା ମା । ୫ ବର୍ଷ ବୟସର ଶୁଭମ ହୋଇଥିଲା ବେଳେ ସେତେବେଳେ ବାପା ଆରପରିକୁ ଚାଲିଯାଇଥିଲେ । ଆଉ ଶୁଭମ ହୋଇ ଯାଇଥିଲା ବାପା ଛେଉଣ୍ଡ । ବାପା ସମସ୍ତଙ୍କୁ ଛାଡି ଆରପରିକି ଚାଲିଗଲେ ସତ କିନ୍ତୁ ଥକି ଯାଇନଥିଲେ ଶୁଭମର ମା କବିତା । ଶୁଭମକୁ ଲାଳନ ପାଳନ  କରି ବଡ଼ ମଣିଷ କରିବାକୁ ଅଣ୍ଟା ଭିଡିଥିଲେ । ମା ଶୁଭମକୁ  ଖୁସିରେ ପାଳି ଆଜିକୁ ୧୦ ବର୍ଷ ହେବ ଜନ୍ମ ଦିନ ପାଳନ କରି ଆସୁଥିଲେ । କିନ୍ତୁ ହଠାତ ମା ଓ ପୁଅକୁ ପୂର୍ବାହ୍ନରେ ଗ୍ରାସିଲା କାଳ ।

ଶୁଭମ ର ଜନ୍ମ ଦିନ ପାଳିବାକୁ ଛେଣ୍ଡିପଦା ଥାନା ବାଲିପଟା ମାଟିଗାଡ଼ିଆ ଗାଁରୁ ଧର୍ମର ଭାଇ ସହିତ ଅନୁଗୁଳ ମା ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ ମା କବିତା ସାହୁ ଓ ପୁଅ ଶୁଭମ ସାହୁ । ମା ବୁଢୀ ଠକୁରାଣୀ ଓ ଜଗନ୍ନାଥ ମନ୍ଦିର ସମତେ ୩୩ କୋଟି ଦିଅଁ ଦେବତା ଙ୍କୁ ଦର୍ଶନ କରି ପୁଅର ଶୁଭକାମନା ମନାସିଥିଲେ । ଘରକୁ ଯିବା ପାଇଁ ସ୍କୁଟିରେ ବାହାରିଥିଲେ ସମ୍ପର୍କୀୟ ଭାଇ ସହିତ ମା - ପୁଅ । ସେମାନେ କେମିତି ଅବା ଜାଣିବେ ପୁଅ ଜନ୍ମ ଦିନ ଆଜି ହେବ ଜୀବନ ମରଣ  ଦିନ ବୋଲି ? ବୁଢ଼ୀ ଠାକୁରାଣୀ ମନ୍ଦିରରୁ ବାହାରି ଜାତୀୟ ରାଜପଥ ୫୫ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ନିକଟରେ ପଛ ପଟୁ ସ୍କୁଟି କୁ ଧକ୍କା ଦେଲା ଟ୍ରକ । ଅଳ୍ପକେ ବର୍ତି ଗଲେ ସମ୍ପର୍କୀୟ ଭାଇ ହେଲେ ଘଟଣା ସ୍ଥଳରେ ଚାଲିଗଲା ମା ଆଉ ପୁଅଙ୍କ ଜୀବନ । ଏମିତି ଦୁଃଖଦ ମୃତ୍ୟୁ ସେହି  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।