close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନାଳକୁ ଖସି ପଡିଲା ସ୍କୁଲ୍ ଭ୍ୟାନ୍:୧୬ ଛାତ୍ରଛାତ୍ରୀ ଆହତ

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ  ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । 

ନାଳକୁ ଖସି ପଡିଲା ସ୍କୁଲ୍ ଭ୍ୟାନ୍:୧୬ ଛାତ୍ରଛାତ୍ରୀ ଆହତ

କୋଣାର୍କ: କୋଣାର୍କ ଓଡଗୁଆଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ  ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଛି ।

ସୂଚନା ଅନୁସାରେ, ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ ଗାଡ଼ି ପିଲାଙ୍କୁ ନେଇ ସ୍କୁଲ ଯାଉଥିଲା । ସେହି ସମୟରେ ବସଟି ଭାରସାମ୍ୟ ହରାଇ ନାଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଗାଡି ଭିତରୁ ଛାତ୍ରଛାତ୍ରୀଙ୍କୁ  ଉଦ୍ଧାର କରିବା ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଚାରିଛକ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: