close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋ ପୁଅ ହତ୍ୟାକାରୀଙ୍କୁ ଫାଶୀ ଦିଅ, କମଲେଶଙ୍କ ମା

କମଲେଶ ତିୱାରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଉଭୟ ଅଭିଯୁକ୍ତ ଧରାପଡିବା ପରେ ଖୁସିବ୍ୟକ୍ତ କରିଛନ୍ତି କମଲେଶଙ୍କ ମା କୁଶୁମ ତିୱାରୀ । ତାଙ୍କୁ ଫାଶୀ ଦେବା ପାଇଁ ସେ ଦାବି କରିଛନ୍ତି । 

ମୋ ପୁଅ ହତ୍ୟାକାରୀଙ୍କୁ ଫାଶୀ ଦିଅ, କମଲେଶଙ୍କ ମା
ପୁଅର ହତ୍ୟାକାରୀଙ୍କୁ ଫାଶୀ ଦେବାକୁ କହୁଛନ୍ତି କମଲେଶଙ୍କ ମା

ନୂଆଦିଲ୍ଲୀ: କମଲେଶ ତିୱାରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗୁଜୁରାଟ ଏସଟିଏଫ ତାଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମା ସାମଲାଜିରୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ଧରାପଡିବା ପରେ ଖୁସିବ୍ୟକ୍ତ କରିଛନ୍ତି କମଲେଶଙ୍କ ମା କୁଶୁମ ତିୱାରୀ । ତାଙ୍କୁ ଫାଶୀ ଦେବା ପାଇଁ ସେ ଦାବି କରିଛନ୍ତି । 

କୁସୁମ କହିଛନ୍ତି, ଦୁଇ ମୁଖ୍ୟ ଅଭିଯୁକ୍ତ ଧରା ପଡିବାରେ ମୁଁ ଖୁସି । ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ଫାସି ଦିଆଯିବା ଉଚିତ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି । ଗତ ଶୁକ୍ରବାର ହିନ୍ଦୁ ସମାଜ ପାର୍ଟି ନେତା କମଲେଶଙ୍କୁ ହତ୍ୟା କରାଯାଇଥିଲା । ଯେଉଁ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚହଳ ପକାଇ ଦେଇଥିଲା । ଅପରାଧିଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲା ପୋଲିସ । 

କମଲେଶ ତିୱାରୀ ହତ୍ୟାକାଣ୍ଡରେ ସାମିଲ ଦୁଇ ଅଭିଯୁକ୍ତଙ୍କ ସୂଚନା ଦେବା ଉପରେ ୨ ଦିନ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫ ଲକ୍ଷ ଏବଂ ଜଣଙ୍କ ବିଷୟରେ ସୂଚନା ଦେଲେ ୨।୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ଡିଜିପି ଓପି ସିଂ ।ଉଭୟ ଅଭିଯୁକ୍ତ ଧରାପଡିବା ପରେ ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ସେମାନେ ପ୍ରଥମେ କମଲେଶଙ୍କ ଉପରକୁ ଗୁଳି ଚାଳାଇଥିଲେ । କିନ୍ତୁ ଏହା କମଲେଶଙ୍କ ଦେହରେ ବାଜିନଥିଲା । ପରେ ଛୁରୀରେ ତାଙ୍କ ଗଳା ଏବଂ ଅନ୍ୟ ସ୍ଥାନକୁ ଆଘାତ କରି କମଲେଶଙ୍କୁ ହତ୍ୟା କରିଥିଲେ । ଘଟଣା ସ୍ଥଳରେ ଏହି କମଲେଶଙ୍କ ମୃତ୍ୟୁ ହୋଇଥିଲା । ତେବେ ଖୁବଶୀଘ୍ର ଉଭୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବ ଗୁଜୁରାଟ ଏଟିଏସ । 

କହିରଖୁଛୁ, ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୈରିକ କପଡା ପିନ୍ଧିଥିବା ୨ ବ୍ୟକ୍ତି କମଲେଶଙ୍କ ଅଫିସରେ ପହଞ୍ଚିଥିଲେ । ତାଙ୍କର ଏକ କାର୍ଯ୍ୟକର୍ତ୍ତା ହିଁ ଉଭୟ ବ୍ୟକ୍ତିଙ୍କୁ କମଲେଶଙ୍କ ପାଖକୁ ନେଇଯାଇଥିଲେ । କୁହାଯାଉଛି, କମଲେଶ ସେମାନଙ୍କ ପାଇଁ ଚା ଜଳଖିଆ ମଧ୍ୟ ମଗାଇଥିଲେ । ପରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପାନ ପସଲା ଆଣିବା ପାଇଁ ବାହାରକୁ ପଠାଇଥିଲେ । ହେଲେ କାର୍ଯ୍ୟକର୍ତ୍ତା ପାନ ମସଲା ଧରି ଫେରିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ କମଲେଶ । ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।