close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଳୁ ଖୋଳୁ ଖୋଳୁ ମହାଦେବ

ଜଙ୍ଗଲରେ ପୋଲିସ୍ ବାଇକ ମିଳିବା ଘଟଣାରେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା

 ଆଳୁ ଖୋଳୁ ଖୋଳୁ ମହାଦେବ

ଉଦଳା : ଉଦଳା କଲେଜ ପାଖ ଜଙ୍ଗଲକୁ ପୋଲିସ୍ ବାଇକ ମିଳିବା ଘଟଣାରେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏହି ଘଟଣାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା । ଯାହା ପୋଲିସ୍ କର୍ମଚାରୀଙ୍କ ଢିଲା ପଣକୁ ପଦାରେ ପକାଇଛି ।

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ କଲେଜ ନିକଟ ଜଙ୍ଗଲରୁ ଓ.ଡି.୦୫ ଏ ଜି ୩୮୪୩ ନମ୍ବର ବିଶିଷ୍ଟ ଏକ ଆପାଚି ଗାଡି ଆଜି ସକାଳେ ମିଳିଥିଲା । ଯାହାକି ଗାଡି ନମ୍ବରକୁ ସରକାରୀ ୱେବସାଇଟରେ ଖୋଜିବା ପରେ ତାହା ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ର  ମାଲିକାନାରେ ରହିଥିବା ଜଣାଯାଇଛି । ତେବେ ଜଙ୍ଗଲରେ ପୋଲିସ୍ ବାଇକ ମିଳିବା ଘଟଣାରେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା । 
ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଶୁଳିଆପଦା ଥାନା କୁଜିଡିହି ଛକ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଥିଲା । ଶୁଳିଆପଦା ଥାନାର ଏଏସଆଇ ସତ୍ୟନାରାୟଣ ବାରିକ ଏବଂ ହାବିଲଦାର ଦିପ୍ତେଂଶୁ ଦାସ ଓ.ଡି. ୦୫ ଏ ଜି ୩୮୪୩ ବାଇକ ନେଇ ଘଟଣାସ୍ଥଳକୁ ଯାଇଥିଲେ । ଉକ୍ତ ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ପଶ୍ଚିମମେଦିନାପୁର ଅଂଚଳର ସଞ୍ଜିବ ଜେନାଙ୍କୁ ଚିକିତ୍ସା ନିମନ୍ତେ କୋଷ୍ଠା ସିଏଚସିରେ ଭର୍ତି କରିଥିଲେ । ହେଲେ ଦୁର୍ଘଟଣାକାରୀ ଜଣକ ପୋଲିସ୍କୁ ଚକମା ଦେଇ ଡାକ୍ତରଖାନାରୁ ପୋଲିସ୍ ବାଇକ୍ ନେଇ ଖସି ଆସିଥିଲେ । ସେ ଉକ୍ତ ବାଇକକୁ ଆଣି ଉଦଳା ଜଙ୍ଗଲରେ ପକାଇ ଫେରାର ହୋଇଯାଇଛି । ତେବେ ପୋଲିସ୍ ହେପାଜତରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉକ୍ତ ଦୁର୍ଘଟଣା ମାମଲାରେ କାର୍ଯ୍ୟରତ ଥିବା ଏଏସଆଇ ସତ୍ୟନାରାୟଣ ବାରିକ ଏବଂ ହାବିଲଦାର ଦିପ୍ତେଂଶୁ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ବାଇକଟିକୁ ଉଦଳା କଲେଜ ଜଙ୍ଗଲ ପାଖରେ ପକାଇ ଫେରାର ହୋଇଯାଇଥିବା ବେଳେ ଆଜି ସକାଳୁ ଉଦଳା ପୋଲିସ୍ ଉକ୍ତ ବାଇକକୁ ଜବତ କରି ନିଜ ହେପାଜତକୁ ନେଇଛି ।